No Result
View All Result

୧୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗଡ଼ ବ୍ଲକ :-> ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଯେଉଁ ବୟସରେ ହସି ଖେଳି ପାଠ ପଢିବା କଥା ସେହି ବୟସରେ କିଡ଼ିନୀ ଏବଂ ସିକ୍ଲିନ ରୋଗରେ ଆକ୍ରାନ୍ତ ହୋଇଛନ୍ତି ଆଶ୍ରିର୍ବାଦ ମିଶାଲ ମେଡ଼ିକାଲରୁ ମେଡ଼ିକାଲ ବୁଲି ବୁଲି ହତାଶ ହୋଇଗଲେଣି ପରିବାର। ବାପା ମୁମ୍ବାଇ ଯାଇଛନ୍ତି ଦାଦନ ଖଟିବାକୁ । ରୋଗ ପରିବାରକୁ ଅନ୍ଧକାରକୁ ଠେଲି ଦେଇଛି ।

ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ କେ.ଝାଲର୍ସିଂ ଗାଁର ଆଶିଷ ମିଶାଲଙ୍କ ୬ ବର୍ଷର ପୁଅ ଆଶ୍ରିର୍ବାଦ ମିଶାଲଙ୍କ କ୍ଷେତ୍ରରେ ଏପରି ଘଟିଛି । ଆସଶ୍ରିର୍ବାଦଙ୍କ ଆଖିରେ ଭରିଛି ଅନେକ ସ୍ବପ୍ନ ବଡ଼ ହୋଇ ପୋଲିସ ଚାକିରି କରିବ, ପରିବାରକୁ ପୋଷିବା ୬ ବର୍ଷ ବୟସରେ ଆଖି,ପେଟ,ପାଦ, ଆଦି ଫୁଲିଲା । ମାଁ, ଶାନ୍ତିଲତା ପୁଅକୁ ଥଣ୍ଡା ଧରିଥିବ ଭାବି ଖଜୁରିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ ।

ଭଲ ନ ହେବାରୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ପରେ ଜଣାପଡ଼ିଲା ପୁଅର କିଡ଼ିନୀ ଏବଂ ସିକ୍ଲିନ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବାପା ଆଶିଷ ମିଶାଲ୍ ଦାଦନ ଖଟିବାକୁ ମୁମ୍ବାଇ ଯାଇଛନ୍ତି। ଘର ପରିବାରର ବୋଝ ଜେଜେ ବାପାଙ୍କ ଭତ୍ତା ଚିକିତ୍ସାରେ ବିଏସ୍କେଓ୍ଵାଇ କାର୍ଡର ସବୁତ ଟଙ୍କା ସରିଗଲାଣି।

ସରକାରୀ ସହାୟତା ମିଳିଲେ ପୁଅର ଅଧିକ ଚିକିତ୍ସା ଖରାଇପାରନ୍ତେ ବୋଲି କହିଛନ୍ତି ପରିବାର ଲୋକେ ଯଦି କୌଣସି ବଦାନ୍ୟ ବ୍ୟକ୍ତି ସହାୟତା କରିବାକୁ ଚାହାଁନ୍ତି ତେବେ ଶାନ୍ତିଲତା ମିଶାଲ୍, ଆକାଉଣ୍ଟ ନମ୍ବର, 32905482944, IFSC : SBIN0006935 , ଏହି ନମ୍ବର ଜମା କରିପାରିବେ ବୋଲି ପରିବାର ଲୋକେ କହିଛନ୍ତି।
No Result
View All Result