No Result
View All Result
୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ନାଚୁଣୀର ଅଗ୍ରଣୀ ସାମାଜିକ, ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଜାଗୃତିକା ପକ୍ଷରୁ ଭାରତର ୭୮ତମ ସ୍ବାଧୀନତା ଦିବସ ଭବାନୀପୁର କବି କୁଟୀର ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଉପଦେଷ୍ଟା ତଥା ପୂର୍ବତନ ଏବିଡିଓ କାଳୁ ଚରଣ ସାମନ୍ତରାୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ତତ୍ ସହିତ ଜାଗୃତିକାର ସମସ୍ତ ସଦସ୍ୟ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଅନୁଷ୍ଠାନର ସଭାପତି ପ୍ରାକ୍ତନ ଅଧ୍ୟକ୍ଷ ଗଙ୍ଗାଧର ପ୍ରଧାନ, ସଂପାଦକ ପ୍ରାକ୍ତନ ଶିକ୍ଷକ ବିରଞ୍ଚି ନାରାୟଣ ପ୍ରସାଦ ନାୟକ,
ବିଶିଷ୍ଟ ପାଲା ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର, ପ୍ରାକ୍ତନ ଶିକ୍ଷକ ପଠାଣି ବଳବନ୍ତରାୟ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ସାମ୍ବାଦିକ ଦିଲୀପ କୁମାର ଶତପଥୀ,ଓଜନ ଓ ମାପ ବିଭାଗର ପ୍ରାକ୍ତନ ନୀରିକ୍ଷକ ଶରତ କୁମାର ପାତ୍ର, ପଣ୍ଡିତ ଭବାନୀ ଶଙ୍କର ମହାପାତ୍ର, ଶିକ୍ଷକ ଦୁର୍ଯ୍ୟୋଧନ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ପଟ୍ଟନାୟକ, ପୁରୁଷୋତ୍ତମ ମିଶ୍ର, ବେଣୁଧର ସାହୁ ଓ ପାଣ୍ଡବ ସୁବୁଦ୍ଧି ପ୍ରମୁଖ ବୌଦ୍ଧିକ ଆଲୋଚନାରେ ଯୋଗ ଦେଇଥିଲେ । ଶେଷରେ କବି ଶିବ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
No Result
View All Result