No Result
View All Result
୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଆର,ଉଦୟଗିରି ବ୍ଳକର ପରିସଲ ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜି, ଆଦିବାସୀ ଉନ୍ନୟକ ଅଧିକାରୀ ଦିଲୀପ ବେହେରା, ଆରକ୍ଷୀ ଅଧିକାରୀ ଏସ ସ୍ବାତି କୁମାର, ବିଡିଓ ଲରିମନ ଖର୍ସେଲ ,
ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାଣ ଶରର, ଏସଡିପିଓ ଅଶ୍ବିନୀ ନାୟକ ପ୍ରମୁଖ ଯୋଗଦେଇ ପରସଲ , ରଣ୍ଡିବା, ତବାରସିଂ ଓ ରାମଗିରି ଚାରିଟି ପଞ୍ଚାୟତରୁ ସମୁଦାୟ ୩୬ଟି ଅଭିଯୋଗ ଆସିଥିଲା । ଏଥିରେ ୩୦ ବ୍ୟକ୍ତିଗତ ଥିଲାବେଳେ ୩୩ ସାମୂହିକ ସମସ୍ୟା ଥିଲା ।
୮ଟି ସମସ୍ୟା ସମାଧାନ ହୋଇଥିବା ୮ ଜଣଙ୍କୁ ମୂଖ୍ୟମନ୍ତୀଙ୍କ ରିଲିଫ ଫଣ୍ଡରୁ ସାହାର୍ଯ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ ଉଦୟଭାନୁ ପରିଚାଳନା କରିଥିବା ପଞ୍ଚାୟତ ସରପଞ୍ଚ ଓ ପିଇଓ ସହଯୋଗ କରିଥିଲେ ।

No Result
View All Result