No Result
View All Result
୧୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର/ଚିଲିକା :-> ରାଜ୍ୟପାଳ ରଘୁବର ଦାସ ଚିଲିକା ଗସ୍ତରେ ଯାଇ ଆଇ.ଏନ୍.ଏସ୍. ଚିଲିକା ପରିଦର୍ଶନ କରିବା ସହ ମା’ କାଳିଜାଇଙ୍କ ଦର୍ଶନ କରିଥିଲେ । ଆଇ.ଏନ୍.ଏସ୍. ଚିଲିକାଠାରେ ପହଂଚିବା ପରେ ରାଜ୍ୟପାଳଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
ଆଇ.ଏନ୍.ଏସ୍. ଚିଲିକାର ଇତିହାସ, କାର୍ଯ୍ୟକ୍ରମ ଏବଂ ବିଭିନ୍ନ ପ୍ରକଳ୍ପ ସଂପର୍କରେ ଆଇ.ଏନ୍.ଏସ୍.ର ଉଚ୍ଚ ପଦାଧିକାରୀ ତଥ୍ୟ ପ୍ରଦାନ କରିବା ସହିତ ଅବଗତ କରାଇଥିଲେ ।
ଏତଦ୍ବ୍ୟତୀତ ରାଜ୍ୟପାଳ ଆଇ.ଏନ୍.ଏସ୍. ଚିଲିକାର ବିଭିନ୍ନ ପ୍ରସଙ୍ଗ ଉପରେ କତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ତା’ ପରେ ରାଜ୍ୟପାଳ ମା’ କାଳିଜାଇ ମନ୍ଦିର ଯାଇ ମା’ଙ୍କୁ ପୂଜା ଅର୍ଚ୍ଚନା କରିବା ସହ ରାଜ୍ୟ ତଥା ରାଜ୍ୟବାସୀଙ୍କର ସୁଖ, ଶାନ୍ତି ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ ।

No Result
View All Result