No Result
View All Result
୧୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ସମଗ୍ର ଶିକ୍ଷା ଅଭିଯାନ ସହାୟତାରେ ତଥା ଖୋର୍ଦ୍ଧା ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ମାର୍ଗଦର୍ଶନରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଆୟୋଜନରେ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରକୋଷ୍ଠରେ ଗତ ତା୧୨/୮ରୁ୧୪/୮ତାରିଖ ପର୍ୟନ୍ତ ମୈାଳିକ ସାକ୍ଷରତା ସ°ଖ୍ୟାଜ୍ଞାନ ଓ ଆଦ୍ୟ -ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଅନୁଷ୍ଠିତ ତାଲିମ ଶିବିର ବୁଧବାର ଦିନ ଉଦଯାପିତ ହୋଇଯାଇଛି। ପ୍ରଥମ ଦିବସ ପ୍ରାରମ୍ଭରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ,
ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ୱାଇଁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ତାଲିମ ଶିବିର ଉଦ୍ଘାଟନ କରିଥିଲେ। ପ୍ରଶିକ୍ଷକ ଭାବରେ ରବିନ୍ଦ୍ରନାଥ ବେହେରା, ଗଙ୍ଗାଧର ବେହେରା, ଚିନ୍ତା ମଣି ସାହୁ, ବିଶ୍ୱରଂଜନ ସେଠୀ ଓ କାର୍ତ୍ତିକ ଚନ୍ଦ୍ର ଦାସ ଯୋଗ ଦେଇ ତାଲିମ ଦେଇଥିଲେ।
ବୋଲଗଡ଼ ବ୍ଳକର ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ।ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତବାସ ଲେଙ୍କା ସହଯୋଗ କରି ପରିଚାଳନା କରିଥିଲେ। ପରିଶେଷରେପ୍ରଧାନ ଶିକ୍ଷକ ଭିକାରୀ ପୃଷ୍ଟି ସମସ୍ତଙ୍କର ନିରୋଗ ଜୀବନ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ !

No Result
View All Result