No Result
View All Result
୧୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ମୋହନା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ଙ୍କ ନେତୃତ୍ୱରେ ଆଜି ସକାଳ ସାଢେ଼ ଆଠଟା ରୁ ସ୍ଥାନୀୟ ମହାବିଦ୍ୟାଳୟ ଛକ ଠାରୁ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ଏବଂ ଘରେ ଘରେ ତ୍ରିରଙ୍ଗା ପତାକା ଲଗାଇବା ନିମନ୍ତେ ସ୍ଥାନୀୟ ଲୋକଙ୍କୁ ସଚେତନ କରିଥିଲେ ।
ଶୋଭାଯାତ୍ରାରେ ସ୍ଥାନୀୟ ତହସିଲଦାର ସତ୍ୟବାନ ନାୟକ, ବନବିଭାଗ ଅଧିକାରୀ ଶ୍ରୀ ବିଷୋୟୀ, ପୋଲିସ ଅଧିକାରୀ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଶତପଥୀ, ସହକାରୀ ଯନ୍ତ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ, ଓକିଲ ସିମାଞ୍ଚଳ କାର୍ଜୀ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, କଲେଜ ଅଧ୍ୟକ୍ଷ, ଅଧ୍ୟାପକ,ସରପଞ୍ଚ ସୁନୀତା ମଲ୍ଲିକ,
ପି ଇ ଓ ମୋହନା,ଶିଶୁ ବିଦ୍ୟା ମନ୍ଦିର ଗୁରୁଜି ଓ ଗୁରୂମା ,ଛାତ୍ର ଛାତ୍ରୀ , ସାମ୍ବାଦିକ , ସମିତି ସଭ୍ୟ ପ୍ରଶାନ୍ତ ମଲ୍ଲିକ, ଯୁବ ଗୋଷ୍ଟି ଙ୍କ ସମେତ ସ୍ଥାନୀୟ ଜନସାଧାରଣ ଏହି ଶୋଭାଯାତ୍ରା ରେ ସାମିଲ ହୋଇ ସଚେତନ କରିବା ସହ ଘରେ ଘରେ ଜାତୀୟ ପତାକା ବଣ୍ଟନ କରି ଆଜି ଠାରୁ ପନ୍ଦର ତାରିଖ ପର୍ଯ୍ୟନ୍ତ ଲଗାଇବା ପାଇଁ ପ୍ରଚାର କରିଥିଲେ ।
No Result
View All Result