ଓଡିଶା ତାଜା ନ୍ୟୁଜ୍ (୧୧ ଅଗଷ୍ଟ ମଙ୍ଗଳବାର ) ବରଗଡ଼ :- ଅଗଷ୍ଟ ୧୫ ସ୍ବାଧିନତା ଦିବସ ପାଳନ ର ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋଭିଡ଼ି -୧୯ କୁ ଦୃଷ୍ଟିରେ ରଖି ସୀମିତ କାର୍ଯ୍ୟସୂଚୀ କୁ ନେଇ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ଦିନ ଭୋର ୪ ରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ରାମଧୂନ ସହର ମଧ୍ୟରେ ବଜାଯିବ । ସେହିପରି ସକାଳ ୭ରୁ ୭ ଟା ୩୦ ମଧ୍ୟରେ ସମସ୍ତ ସରକାରୀ / ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ , ୮.୫୦ ରେ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ , ୯.୧୫ ରେ ଜିଲ୍ଲା ସ୍ତରୀୟ ଉତ୍ସବରେ ପତାକା
ଉତ୍ତୋଳନ ସହ ପ୍ୟାରେଡ ଅଭିବାଦନ ଗ୍ରହଣ କରାଯିବ । ଚଳିତ ଥର କୋଭିଡ କଟକଣା ଯୋଗୁଁ କେବଳ ୩ ଦଳ ପ୍ୟାରେଡ ରେ ଅଂଶ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଆର୍ମ ପୋଲିସ ର ମହିଳା ଓ ପୁରୁଷ ଦଳ ସହ ପୋଲିସ ବ୍ୟାଣ୍ଡ ଅଂଶ ଗ୍ରହଣ କରିବ । ଅପରାହ୍ନ ରେ ଜେଲର ଅନ୍ତେବାସୀ ଏବଂ ଚିକିତ୍ସାଳୟ ର ରୋଗୀ ମାନଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରାଯିବ । (ରିପୋର୍ଟ- ସତ୍ୟ ନାରାୟଣ ପ୍ରଧାନ)