୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ସୋମବାର ଦିନ ୧୦ ଟା ସମୟରେ ବ୍ରଜପାତରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୮ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡିଛି ସୂଚନା ମୁତାବକ ରାମଚଣ୍ଡୀ ଥାନା ଅଧିନ ଭୁଆଁ ଗ୍ରାମର ଙ୍କ ଚାଷ କାର୍ଯ୍ୟ ଚାଲିଥିବା ବେଳେ ସ୍ଥାନୀୟ ହରିଜନ ସାହିର ୯ ଜଣ ଶ୍ରମିକ ବିଲରେ କାର୍ଯ୍ୟ କରୁଥିଲେ ହଠାତ ବ୍ରଜପ୍ରାତ ହେବାଯୋଗୁଁ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ସହ ଜମି ମାଲିକ ମଧ୍ୟ ଆହତ ହୋଇଥିଲେ ନିକଟରେ କାର୍ଯ୍ୟ କରୁଥିବା କିଛି

ଚାଷୀ ପହଁଚି ଆହତ ମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ପୁରୀ ସଦର ଡାକ୍ତରଖାନା ଭର୍ତ୍ତି କରିଥିବା ବେଳେ ଜଣେ ଶ୍ରମିକ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି ଅନ୍ୟ ଶ୍ରମିକ ମାନେ ଗୁରୁତର ଥିବା ବେଳେ ଦୁଇଜଣଙ୍କୁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।

ପ୍ରକାଶ ଯେ ରାମଚଣ୍ଡୀ ଥାନା ଅଧିନ ଭୁଆଁ ଗ୍ରାମର ବିଜୁନା ପାଣିଙ୍କ ବିଲରେ ତଳିରୁଆ କାର୍ଯ୍ୟ ଲାଗି ନିକଟସ୍ଥ ହରିଜନ ସାହି ଗ୍ରାମର କୁନ୍ତି ଭୋଇ,ଟିକିଲି ଭୋଇ,ବିନି ଭୋଇ,ଅନି ଭୋଇ,ରଶ୍ମିତା ଭୋଇ,ଦୁଲେଇ ଭୋଇ ମାଳତୀ ଭୋଇ ,

ଗୀତା ଭୋଇ କାର୍ଯ୍ୟ କରୁଥିଲେ ଦିନ ୧୦ ଟା ସମୟରେ ହଠାତ ବ୍ରଜପାତ ହୋଇଥିଲା ପରେ ଚାଷ ଜମିରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ସହ ଜମି ମାଲିକ ବିଜୁନା ପାଣି ସଂଜ୍ଞାହୀନ ହୋଇ ପଡ଼ିଥିଲେ ନିକଟରେ କାର୍ଯ୍ୟ କରୁଥିବା

କିଛି ଚାଷୀ ଆହାତ ହୋଇଥିବା ଶ୍ରମିକ ଓ ଜମି ମାଲିକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଡକାଇଥିବା ବେଳେ ଦିର୍ଘ ୧ ଘଣ୍ଟା ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିଥିଲା ଆମ୍ବୁଲାନ୍ସ ସାହାଯ୍ୟରେ ସମସ୍ତଙ୍କୁ ପୁରୀ ସଦର ଡାକ୍ତର ଖାନାରେ ଭର୍ତି କରାଯାଇଥିବା ବେଳେ ଡାକ୍ତର କୁନ୍ତି ଭୋଇଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଟିକିଲି ଭୋଇ,

ଓ ବିନି ଭୋଇଙ୍କ ଅବସ୍ଥା ଗୁରୁତର ଥିବାରୁ ସମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ଅନ୍ୟପଟେ ଜମି ମାଲିକଙ୍କ ସହ ଅନ୍ୟ ସମସ୍ତ ଶ୍ରମିକ ପୁରୀ ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।