No Result
View All Result
୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଭାରତ ସ୍ବାଧୀନତାର ୭୮ତମ ପାଳନ ଉପଲକ୍ଷେ ଆଜାଦି କା ଆମ୍ବୃତ୍ ମହୋତ୍ସବ ପାଳନ ଅବସରରେ ଚଳିତ ମାସ ୧୩ ତାରିଖ ଠାରୁ ୧୫ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମରେ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଏବଂ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ଦୁହେଁ ମୋହନା ବ୍ଲକ ର ସରପଞ୍ଚ,
ସମିତି ସଭ୍ୟ ସଭ୍ୟା ଏବଂ ସ୍ଥାନୀୟ ଭିନ୍ନକ୍ଷମ ଲୋକଙ୍କ ଉପସ୍ଥିତିରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମହିଳା ଗୋଷ୍ଟି, ଅଙ୍ଗନବାଡ଼ି କର୍ମୀ, ଜନ ପ୍ରତିନିଧିଙ୍କ ମାନଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଘରେ ଘରେ ଜାତୀୟ ପତାକା ବଣ୍ଟନ କରିବେ ବୋଲି ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ପ୍ରକାଶ କରିଛନ୍ତି । ମୋହନା ବ୍ଲକର ୩୯ ପଞ୍ଚାୟତରେ ବାସ କରୁଥିବା ସମସ୍ତ ଘରେ ମାଗଣା ରେ ଜାତୀୟ ପତାକା ବଣ୍ଟନ କରିବେ ବୋଲି ପ୍ରକାଶ କରିଛନ୍ତି ଗୋଷ୍ଟି ଉନ୍ନୟନ ଅଧିକାରୀ ।

No Result
View All Result