No Result
View All Result
୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାରେ ମହିଳା ଓ ଶିଶୁଙ୍କ ବିକାଶ ପାଇଁ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟ କରୁଛି। ହେଲେ ଏହି ପ୍ରକଳ୍ପ ଗଜପତି ଜିଲ୍ଲାର ଅନେକ ସ୍ଥାନରେ ଫେଲ ମାରିଥିବା ଅନୁଧ୍ୟାନରୁ ଜଣା ଯାଇଛି. ଗଜପତି ଜିଲ୍ଲାର ମୋହନା ବ୍ଲକ ଥୁଡିଖାଲ ଅଙ୍ଗନବାଡ଼ି କେନ୍ଦ୍ରର କାର୍ଯ୍ୟ ବାରଣ୍ଡାରେ ଚାଲିଛି. ଏଠାରେ ଶିଶୁଙ୍କୁ ରନ୍ଧାଖାଦ୍ୟ ଓ ଅଣ୍ଡା ଦିଆ ଯାଉନଥିବା ଅଭିଯୋଗ ହୋଇଛି. ପ୍ରତି ଗାଁ’ରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯାଇ ଶିଶୁଙ୍କ ସାମଗ୍ରୀକ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି। ଅଙ୍ଗନବାଡି କେନ୍ଦ୍ରମାନଙ୍କରେ ଶିଶୁ, କିଶୋରୀବାଳିକା, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ଅଣ୍ଡା, ଛତୁଆ, ରନ୍ଧାଖାଦ୍ୟ ପ୍ରଦାନ ପାଇଁ ବ୍ୟବସ୍ଥା ମଧ୍ୟ ହୋଇଛି।

ହେଲେ କେଉଁଠି ଅଙ୍ଗନବାଡ଼ି କୋଠା ନାହିଁ ତ. କେଉଁଠି କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ହିତାଧିକାରୀ ସରକାରୀ ଯୋଜନା ପାଇବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ଏଭଳି ଏକ ସମସ୍ୟା ଗଜପତି ଜିଲ୍ଲା ମୋହନା ବ୍ଳକ ବିରିକୋଟ ପଞ୍ଚାୟତ ଥୁଡ଼ିଖାଲ ଅଙ୍ଗନବାଡି କେନ୍ଦ୍ରରେ ମଧ୍ୟ ଲାଗି ରହିଛି। ବର୍ଷ ବର୍ଷ ଧରି ଏଠାରେ ଅଙ୍ଗନବାଡ଼ି କେନ୍ଦ୍ର ବାରଣ୍ଡାରେ ଚାଲିଛି। ଅଙ୍ଗନବାଡି କୋଠା ନିର୍ମାଣ ପାଇଁ ଅନୁଦାନ ଆସିଥିଲେ ମଧ୍ୟ ପ୍ରାୟ ୩ ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଛି। ଫଳରେ ବାଧ୍ୟହୋଇ ଅଙ୍ଗନବାଡି କର୍ମୀ ନିଜ ଘର ବାରଣ୍ଡାରେ ପିଲାଙ୍କୁ ବସାଇ କେନ୍ଦ୍ର ଚଳାଉଥିବା ଅଞ୍ଚଳବାସୀ ଆମ ପ୍ରତିନିଧିଙ୍କୁ କହିଛନ୍ତି।
ଅନ୍ୟପକ୍ଷରେ ଅଙ୍ଗନବାଡି କର୍ମୀ ନିୟମିତ ପିଲାଙ୍କୁ ଶିକ୍ଷାଦାନ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତ କିଛି ମାସ ହେଲା ଅଣ୍ଡା ଦିଆ ଯାଉନଥିବା ବେଳେ ମାସେ ହେଲା ରନ୍ଧା ଖାଦ୍ୟ ମିଳୁନଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି। ଏଭଳିକି ଅଙ୍ଗନବାଡି କେନ୍ଦ୍ର ନିୟମିତ ହେଉନଥିବା ଯୋଗୁଁ ପିଲାମାନେ ଏଣେତେଣେ ବୁଲୁଥିବାକୁହାଯାଇଛି। ଅନ୍ୟପକ୍ଷରେ ଅଙ୍ଗନବାଡି କର୍ମୀ ମାତିଲଦା ନାୟକଙ୍କୁ ଏବିଷୟରେ ପଚାରିବାରୁ ସେ ନିୟମିତ କେନ୍ଦ୍ର ଖୋଲୁଥିବା କହିଛନ୍ତି । ପିଲାଙ୍କୁ ଅଣ୍ଡା ଦିଆଯାଉଛି | ହେଲେ ଚାଉଳ ନଥିବା ଯୋଗୁଁ ରନ୍ଧା ଖାଦ୍ୟ ଦିଆଯାଇ ନଥିବା କହିଛନ୍ତି । ଏନେଇ ମୋହନା ସିଡିପିଓ ସବିତା ପଟ୍ଟନାୟକଙ୍କୁ ପଚାରିବାରୁ ଅଭିଯୋଗର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି |

No Result
View All Result