୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାର ମୋହନା ଥାନା ଖାରିଗୁମା ଗାଁରେ ଜଣେ ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁଘଟିଛି । ମୃତ ମହିଳା ଜଣକ ହେଲେ କୁନି ଶବର(୨୬)। ସେ ୬ ମାସର ଗର୍ଭବତୀ ଥିବା କହିଛନ୍ତି ପରିବାର ଲୋକେ। ଖବର ପାଇ ମୋହନା ଥାନା ସବ ଇନ୍ସପେକ୍ଟର ବିଏନ ରେଡି ଓ ପ୍ରତାପ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଖାରିଗୁମା ଗାଁର ସଞ୍ଜୟ ଶବର ଗତ ୨୦୧୭ରେ କେରାଞ୍ଜୁଳି ଗାଁର କୁନି ଶବରକୁ ବିବାହ କରିଥିଲେ l
ତାଙ୍କର ୩ ବର୍ଷର ଏକ ପୁଅ ଅଛି l ଶନିବାର ସକାଳେ ସଞ୍ଜୟ ତାଙ୍କ ପତ୍ନୀ କୁନିର ମୃତ୍ୟୁ ଘଟିଥିବା ନେଇ କୁନିଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ କୁନି ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ନେଇ ସଞ୍ଜୟ ତାଙ୍କ ଭାଇକୁ ଜଣାଇଥିଲେ l ଖବର ପାଇ କୁନିଙ୍କ ଭାଇ କାଳିଆ ମଣ୍ଡଳ ଓ ପରିବାର ଲୋକେ ଖାରିଗୁମା ଗାଁରେ ପହଞ୍ଚିଥିଲେ ତେବେ କୁନିଙ୍କ ମୃତଦେହ ତଳେ ପଡ଼ିଥିବା ଦେଖ୍ ତାଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା । ବିବାହ ଦିନ ଠାରୁ କୁନିକୁ ତାଙ୍କ ସ୍ବାମୀ ସଞ୍ଜୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ମୃତ କୁନିଙ୍କ ଭାଇ ଅଭିଯୋଗ କରିଛନ୍ତି I
ତେଣୁ ତାଙ୍କ ଭଉଣୀକୁ ତାର ସ୍ବାମୀ ହତ୍ୟା କରିଥିବା ନେଇ ମୋହନା ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ଭାଇ କୁନିଙ୍କ ୩ ବର୍ଷର ପୁଅ ଟିଏ ଥିବାବେଳେ ଏବେ ସେ ୬ ମାସର ଗର୍ଭବତୀ ଥିଲେ ବୋଲି ପରିବାର ଲୋକେ କହିଛନ୍ତି I ଖବର ପାଇ ମୋହନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି l ଏକ ମାମଲା ରୁଜୁ କରାଯାଇ ସ୍ବମୀକୁ ଅଟକ ରଖାଯାଇଛି । ରବିବାର ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯିବ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି ।