No Result
View All Result
୧୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପୁଣ୍ୟ କ୍ଷେତ୍ର ହରିଶଙ୍କର ଠାରେ ବଲାଙ୍ଗିର ର ତହଁକ ସାହିତ୍ୟ କୁଟୁମ ଏଵଂ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ହରିଶଙ୍କର ଶାଖା ମିଳିତ ଆନୁକୁଲ୍ୟରେ କୋସଲି ଭାସାର ସୁରକ୍ଷା ପାଇଁ ଝକେର କୋସଲି କବିତା ଆସର ରବିବାର ଅନୁଷ୍ଠିତ ହୋଇଯାଇଛି। କବି ନିରଞ୍ଜନ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଗର୍ନ୍ଧମାର୍ଦ୍ଦନ ସୁରକ୍ଷା ନେତା ଥବିର ମେହେର, ସମ୍ମାନିତ ଅତିଥି ରୂପେ କୋଶଳ ବାଦୀ ନେତା ତଥା ଚଙ୍ଗରିଆ ପଞ୍ଚାୟତ ସରପଞ୍ଚ ସୁଶୀଲ କୁମାର ଗୁରୁ, ହରିଶଙ୍କର ବନାଞ୍ଚଳ ଅଧିକରୀ ଅରବିନ୍ଦ ନାଏକ୍ , କବି ବିରଞ୍ଚି ନାରାୟଣ ଦାସ , ଅଭୟ ତ୍ରିପାଠୀ,ପ୍ରବିଣ ପୁରୋହିତ, ଗୋପୀନାଥ ଦଣ୍ଡସେନା ପ୍ରମୁଖ ଯୋଗ ଦେଇ ଥିଲେ ।
ଏହି ଅବସରରେ ପ୍ରଥମେ ହରିଶଙ୍କର ଙ୍କ ଫଟୋ ଚିତ୍ର ରେ ପୁଷ୍ପ ଅର୍ପଣ ସହ ପ୍ରଦୀପ ପ୍ରଜ୍ଵଳନ କରି ଥିଲେ। ପରେ କୋଶଲି କବି ତଥା ବି ବିଶିଷ୍ଟ ସଂସ୍କୃତି ଗବେଷକ ନିମାଇଁ ଚରଣ ପାଣିଗ୍ରାହୀଙ୍କ ବିୟୋଗରେ ନିରବ ପ୍ରାର୍ଥନା କରି ତୈଳ ଚିତ୍ର ରେ ଅତିଥି ମାନେ ପୁଷ୍ପ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥି ମାନେ ଅତିତରେ କବିର କବିତା ଦେଶ ର ବିଭିନ୍ନ ଆନ୍ଦୋଳନରେ ପ୍ରେରଣା ଦେଇଥିବା କହିବା ସହ ଗନ୍ଧମାର୍ଦ୍ଦନ ଅଂଚଳ ର ପୌରାଣିକ, ଐତିହାସିକ, କିମ୍ବଦନ୍ତୀ କୁ ନେ଼ଇ କବି ଓ ଲେଖକ ଙ୍କ ଲେଖନୀ ଚାଳନା ଆମକୁ ଗର୍ବିତ କରିଛି ଯାହାକି ଗନ୍ଧମାର୍ଦନ ରେ ଔଷଧିୟ ବନରାଜି ଗବେଷକ ମାନଙ୍କୁ ଗବେଷଣା କରିବାକୁ ପ୍ରେରଣା ଦେଇଥାଏ ବୋଲି କହିଥିଲେ ।
ଏହି ଅବସରରେ ବିଶିଷ୍ଟ କୋସଲି ଭାସା ପ୍ରେମି ସୁଶୀଲ କୁମାର ଗୁରୁ ଙ୍କୁ ତହଁକ ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।ଦିଲିପ କୁମାର ମିଶ୍ର ସ୍ବାଗତ ଭାଷଣ ଦେଇଥିବାବେଳେ, ସମ୍ପାଦକ ରାଜେଶ ଦଣ୍ଡସେନା ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ ସଭାକୁ ମୂଖ୍ଯ ସମ୍ପାଦକ ଅର୍ଜୁନ କୁମାର ସାହୁ ସଂଯୋଜନା କରିଥିଲେ । କବିତା ଆସର କୁ ଅକୃର ବାଗ, ଦୁର୍ବାଦଳ କ୍ଷେତି , ପୁଷ୍ପାଞ୍ଜଳି ମେହେର, ଆହ୍ଲାଦିନୀ ପାଣିଗ୍ରାହୀ ଦାସ, ସୁଦେଷ୍ଣା ମିଶ୍ର ସଂଯୋଜନା କରିଥିଲେ। ବଲାଙ୍ଗୀର, ବରଗଡ, ନୂଆପଡ଼ା ଜିଲ୍ଲା ରୁ ଶତାଧିକ କବି ଯୋଗ ଦେଇ ପ୍ରକୃତି ଓ ସଂସ୍କୃତି କୁ ନେଇ କବିତା ପାଠ କରିଥିଲେ l କାର୍ଯ୍ୟକ୍ରମ କୁ ରାଜିବ ଭୋଇ, ରବିନ୍ଦ୍ର ସାହୁ, ଗରିବ ମଲ୍ଲିକ, ଗୋପାଳ ମେହେର, ଧର୍ମେନ୍ଦ୍ର ପ୍ରଧାନ, ସ୍ବପ୍ନିକା ସାହୁ, ନିକିତା ସା, ଗୋବର୍ଦ୍ଧନ ନାଏକ, ରାଜେଶ ଶର୍ମା, ଯଶୋବନ୍ତ କୁମ୍ଭାର, ରୋଶନ ସାହୁ ପ୍ରମୂଖ ସହଯୋଗ କରିଥିଲେ l ଶେଷରେ କବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result