No Result
View All Result
୧୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଜବାହର ଲାଲ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ ଓ ଅଭିଭାବକ ମାନଙ୍କ ସମ୍ମିଳନୀ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି I ସମ୍ମିଳନୀ ରେ ବିଭିନ୍ନ ସଚେତନତା ମୂଳକ ଆଲୋଚନା ହୋଇଥିବା ବେଳେ ବିଭିନ୍ନ ବର୍ଗ ରେ ଶିକ୍ଷକ ମାନେ ନିଜର ମତ ପୋଷଣ କରିଥିଲେ I
ଆଲୋଚନା ଚକ୍ର ରେ ବିଦ୍ୟାଳୟ ର ନିରାପତ୍ତା ବ୍ୟବସ୍ଥା ବିଷୟରେ ଲିଙ୍ଗରାଜ ମେହେର, ଅନଲାଇନ ସୁରକ୍ଷା ବିଷୟରେ ରେ ପ୍ରଣବନ୍ଧୁ ସାହୁ, ସ୍ୱଚ୍ଛତା ବିଷୟରେ ବିଜୟ ବେହେରା, ସୁରଭି ବିଷୟରେ ବେହେରା ସାର, ୟୁଥ ଇକୋ କ୍ଳବ ବିଷୟରେ ରଜତ ଦାସ, ବୟସ ଅନୁସାରେ ନାମ ବିଷୟରେ ରେ ଅବ୍ରହାମ ଚରଣ ଭୋଇ,
ବେଟି ବଚାଓ ଓ ଭେଣ୍ଡିଙ୍ଗ ମେସିନ ବିଷୟରେ ଅମ୍ବିକା ମାଡାମ, ନିଜର ମତାମତ ଦେଇଥିଲେ I ସ୍କୁଲ ପ୍ରଧାନ ଶିକ୍ଷକ ଅଜୟ ଭୋଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ରଜତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମ ରେ ସ୍କୁଲ ର ସମସ୍ତ ଅଭିଭାବକ, ସ୍କୁଲ ସଭାପତି ଉପସ୍ଥିତ ଥିଲେ l 
No Result
View All Result