ଓଡିଶା ତାଜା ନ୍ୟୁଜ୍ (୧୧ ଅଗଷ୍ଟ ମଙ୍ଗଳବାର ) ନୟାଗଡ଼ :- ପ୍ରତ୍ୟେକ ସକାରାତ୍ମକ କାର୍ଯ୍ୟର ପ୍ରେରଣା, ସଫଳତା ହାସଲରେ ଉତ୍ସାହ ଦେଇ ଆଗାମୀ ଭବିଷ୍ୟତକୁ ଆହୁରି ତେଜିଆନ କରି ଗଢି ତୋଳିବାରେ ଜମା ହେଳା କରନ୍ତିନି ଆମ ପାଇଁ ବଡ଼ ଆମ ନୟାଗଡର ସ୍ରଷ୍ଟା ରାଜ୍ୟ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ । ତାଙ୍କରି ସାଧୁ ଉଦ୍ୟମରେ ନୟାଗଡରେ ମାଟ୍ରିକ ରେଜଲ୍ଟରେ ଭଲ କରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ମେଧା ସମ୍ମାନ ଦିଆଯାଏ ଯାହା ଭଲ ପାଠ ପଢି ଆଗକୁ ବଢିବା ପାଇଁ ପିଲାମାନଙ୍କୁ ପ୍ରେରଣା ଯୋଗାଏ । ମାତ୍ର ଚଳିତ ବର୍ଷ କରୋନା ଉପଦ୍ରଵ ଯୋଗୁଁ ଏହା ସମ୍ଭବ ପର ହୋଇ ପାରି ନଥିଲା । ମାତ୍ର ମନ୍ତ୍ରୀ ଅରୁଣଙ୍କ ବ୍ୟକ୍ତିଗତ ଉଦ୍ୟମରେ ଆଜି ଭରଚୁଆଲ କନଫରେନସି ମାଧ୍ୟମରେ ପ୍ରାୟ ୩୮0 ରୁ ଉର୍ଧ୍ଵ ଛାତ୍ରଛାତ୍ରୀ, ଅଭିଭାବକ, ସରକାରୀ, ବେସରକାରୀ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ଉପସ୍ତିତିରେ ଆୟୋଜିତ ହୋଇଥିଲା ନୟାଗଡ ସହରାଞ୍ଚଳର ମେଧା ସମ୍ମାନ କାର୍ଯ୍ୟକ୍ରମ । ଏଥିରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥବାବେଳେ ଶିକ୍ଷାର ବିକାଶ ପାଇଁ ନବୀନ ସରକାର ଯତ୍ନବାନ ସର୍ବଦା ଅଛନ୍ତି ବୋଲି କହିଥିଲେ ।
ଶିକ୍ଷ୍ୟାଵିତ ବଟକିଶୋର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଭିସି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରାଜ୍ୟମନ୍ତ୍ରୀ ତଥା ଏଠାକାର ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇ କେବଳ ଯେନତେନ ପ୍ରକାରେଣ ପୋଥିଗତ ବିଦ୍ୟା ହାସଲ କରିଦେଲେ ହେବନାହିଁ ତାସାଥିରେ ସାମାଜିକ, ମୂଲ୍ୟବୋଧ ଭିତିକ ଶିକ୍ଷା ହାସଲ କରି ଜନ୍ମଭୂମିର ସେବା କରିପାରିଲେ ତାହାହିଁ ହେବ ପାଠ ପଢାର ଅସଲ ଫଳ ବୋଲି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ସମସ୍ତ କୃତି ପିଲାମାନଙ୍କ ଘରେ କରୋନା ପରିପ୍ରେକ୍ଷୀରେ ମେଧା ସମ୍ମାନ ପହଂଚାଇ ଦେବା ପାଇଁ ନିର୍ଦେଶ ଦେବା ସହ ପରବର୍ତୀ ସମୟରେ ନୟାଗଡର ଅନ୍ୟାନ୍ୟ ବ୍ଲକରେ ଏହି ମେଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ସୂଚନା ଦେବା ସହ ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଥିଲେ । ଏହି ଅବସରରେ ୨୫୦ ଜଣ ପିଲାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପୂର୍ବତନ ନଗରପାଳ ଗୁରୁ ପ୍ରସାଦ ଯେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସାଧୁ କାର୍ଯ୍ୟ ଯୋଗୁଁ ମନ୍ତ୍ରୀ ଶ୍ରୀଯୁକ୍ତ ସାହୁଙ୍କ ନିକଟରେ ସାଧାରଣରେ ପ୍ରଂଶସା ପ୍ରକାଶ ପାଇଛି । ଏହି ଭରଚୁଆଲ ମିଟିଂରେ ବହୁ ଗଣମାଧ୍ୟମ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ । (ରିପୋର୍ଟ-ରାମକୃଷ୍ଣ ରଥ)