– ବିଭିନ୍ନ ବର୍ଗରେ ୪ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ହାସଲ
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଭୁବନେଶ୍ୱରସ୍ଥିତ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିଏଚ୍ପିସି) ଏବଂ ରାଉରକେଲାସ୍ଥିତ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଗ୍ରାସରୁଟ୍ସ ସେଣ୍ଟରର ଆଥଲେଟମାନେ ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ସିବିଏସ୍ଇ ଜାତୀୟ ଜିମ୍ନାଷ୍ଟିକ୍ସ ଚାମ୍ପିୟନସିପ୍ ୨୦୨୬ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସରୁ ମୋଟ ୧୩ ଜଣ ଖେଳାଳି ବିଭିନ୍ନ ବିଦ୍ୟାଳୟର ପ୍ରତିନିଧିତ୍ୱ କରି ଏହି ଚାମ୍ପିୟନସିପ୍ରେ ଅଂଶଗ୍ରହଣ କରିଥିଲେ । ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସମଗ୍ର ଦେଶରୁ ୩୫୦ରୁ ଅଧିକ ଯୁବ ଜିମ୍ନାଷ୍ଟ ଭାଗ ନେଇଥିଲେ ।















