No Result
View All Result
ଆଦିବାସୀଙ୍କ ସଂସ୍କୃତି, ପରମ୍ପରା କୁ ବଞ୍ଚାଇ ରଖିବାକୁ ସମସ୍ତ ଆଦିବାସୀ ଏକ ହେବାରୁ ଆହ୍ଵାନ, ଶୋଭାଯାତ୍ରା ରେ ଗାଁ ପରିକ୍ରମା ସହ ୧୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ
୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଆଦିବାସି କଲ୍ୟାଣ ସଂଘ ତରଫରୁ ଶୃକ୍ରବାର ଦିନ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶତାଧିକ ମହିଳା ପୁରସ ସ୍ଥାନୀ ଉପବଜାର ପ୍ରାଙ୍ଗଣ ରେ ଏକତ୍ରିତ ହୋଇଥିଲେ । ଏହି ଅବସରରେ ତନ୍ତ୍ର ଧରୁଆ ଙ୍କ ଅଧ୍ୟକ୍ଷତାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟଅତିଥି ରୂପେ ବରିଷ୍ଟ ଆଦିବାସୀ ନେତା ସତ୍ୟ ଭୋଇ , ସମ୍ମାନିତ ଅତିଥି ରୂପେ ପଦ୍ମକୁମାର ସିଂ ବରିହା ,
ଚନ୍ଦ୍ରଶେଖର ବରିହା , ନିଳାମ୍ବର ଭୁଏ , ଲକ୍ଷ୍ମୀ ଶବର , ଚୌବନ ମାଝୀ , ଟିକେଶ୍ୱର୍ ଧରୁଆ , ବିପ୍ର ବିଶି ପ୍ରମୁଖ ଯୋଗଦେଇ ଆଦିବାସୀ ମାନଙ୍କ ସଂସ୍କୃତି, ପରମ୍ପରା କୁ ବଞ୍ଚାଇ ରଖିବାକୁ ସମସ୍ତ ଆଦିବାସୀ ସଙ୍ଗଠିତ ହେବାରୁ ଆହ୍ଵାନ ଦେଇଥିଲେ । ଏହାପରେ ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ରେ ସଜ୍ଜିତ ହୋଇ ନାଚ ଗୀତ ର ତାନେ ତାନେ ବିଭିନ୍ନ ସ୍ଲୋଗାନ ଦେଇ ଏକ ଶୋଭା ଯାତ୍ରା ଗାଁ ପରିକ୍ରମା କରି ବିଡ଼ିଓ କାର୍ଯ୍ୟାଳୟ ରେ ପହଞ୍ଚି ଥିଲେ ।
ଆଦିବାସୀ ମାନଙ୍କ ବିଭିନ୍ନ ସମାସ୍ୟା ସମ୍ବଳିତ ଏକ ୧୮ ଦଫା ଦାବୀ ପତ୍ର ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ନିହାର ରଂଜନ ଭୋଇ , ନାରାୟଣ କିଷାନ, ସତ୍ୟଭାମା ମାଝୀ , ଗୁପ୍ତେଶ୍ୱର କୁଅଁର ,, ଶଶିରେଖା ଧରୁଆ , ହେମବତି ମାଝୀ , ଯଦୁମଣି ବରିହା , ମହେଶ ବରିହା ଓ ଶତାଧିକ ଅଧିବାସୀ ମହିଳା ପୁରୁଷ ଯୋଗଦେଇଥିଲେ ।
No Result
View All Result