୦୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡ଼ା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସି ଅଞ୍ଚଳରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଳ ଯୋଗାଣ କରାଯାଉଛି l କିନ୍ତୁ ବର୍ତ୍ତମାନ କିଛି ଦିନ ହେଲା ଗୋଳି ପାଣି ଆସୁଥିବାରୁ ଏହା ବ୍ୟବହାର ହୋଇ ପାରୁ ନାହିଁ । ଯାହା ଫଳରେ ସାହି ବାସିନ୍ଦା ବାଧ୍ୟ ହୋଇ କୂଅ ଓ ନଳକୂପ ଉପରେ ଭରସା କରୁଛନ୍ତି । ଏହି ଗୋଳିଆ ପାଣି ପାନ କରି ୱାର୍ଡ଼ ବାସିନ୍ଦା ମାନେ ଥଣ୍ଡା,କାଶ, ଜ୍ଵର ଭଳି ବିଭିନ୍ନ ପ୍ରକାର ସଂକ୍ରମକ ରୋଗରେ ଆକ୍ରାନ୍ତ ହେଉଛନ୍ତି l

ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ରହିଛି ୧୩ଟି ୱାର୍ଡ । ସମସ୍ତ ୱାର୍ଡ଼ରେ ଥିବା ପାଇପ୍ରେ ଆସୁଛି ଗୋଳି ପାଣି । କାଦୁଅ ପାଣି ଭଳି ଭଳି ଦେଖା ଯାଉଥିବା ବେଳେ ଏହା ଆଦୌ ବ୍ୟବହାର କରାଯାଇ ପାରୁ ନାହିଁ । ଏହି ଯୋଗାଣ ପାଣି ଆସିବା ନେଇ ଜନସାଧାରଣ ଖୁସିରେ ପାଣି ସଂଗ୍ରହ କରିବା ବେଳକୁ ଗୋଳିଆ ପାଣି ଦେଖି ମନ ଫିକା ପଡିବା ସହ ଅସନ୍ତୋଷ ଦେଖାଦେଉଛି । ଏ ନେଇ ୱାର୍ଡ଼ ବାସିନ୍ଦା ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି କୂଅ, ନଳକୂଅ ପାଣି ଆଣି ବ୍ୟବହାର କରୁଛନ୍ତି ।















