୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ମହକୁମା ସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଜାତୀୟ କୃମି ନାଶକ ଦିବସର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ସୈ।ମ୍ୟକାନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକର ୮ଟି ପଞ୍ଚାୟତର ସମସ୍ତ ବିଦ୍ୟାଳୟର ଶିକ୍ଷକ, C.R.C.C , ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଉପସ୍ଥିତ ଥିଲେ ।

ଡାକ୍ତର ସିଦ୍ଧାର୍ଥ ଶଙ୍କର ଦାସ କୃମି ନାଶକ ଦିବସର ମହତ୍ଵ, ପିଲାଟି ଶରୀରେ କୃମି କିଭଳି ପ୍ରଭବ ପକାଇଥାଏ ଓ ଏହାର ନିରାକରଣ ନେଇ ଆଲୋଚନା କରିଥିଲେ । କୃମି ଯୋଗୁଁ ପୁଷ୍ଟିହୀନତା, ରକ୍ତହୀନତା, ଶାରୀରିକ ବୃଦ୍ଧି ହ୍ରାସ ଓ ମାନସିକ ଅଭିବୃଦ୍ଧି ପ୍ରଭାବିତ ହୋଇଥାଏ । ଏହି କାର୍ଯ୍ୟକ୍ରମ ଆସନ୍ତା ୧୦ ତାରିଖରେ ହେବାକୁ ଥିବାବେଳେ ଶତ ପ୍ରତିଶତ ସଫଳ ନିମନ୍ତେ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ ।















