
୦୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଟିଆଭଟା ଗ୍ରାମ ପଂଚାୟତ ପରିସରରେ ଗ୍ରାମ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି I ଅଭିଯୋଗ ଶିବିର ରେ ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ଏ ପି ଓ ପ୍ରଶାନ୍ତ ସାହୁ ବି ଏସ ଏସ ଓ କନିଷ୍କ ବିଭିର ଆର ଆଇ ଦୀପକ ସାହୁ, , ଏଲ ଆଇ ରୋଜାଲିନ ମିଶ୍ର,

ଧଣ୍ଡାମୁଣ୍ଡା ଏଲ ଆଇ ବ୍ରହ୍ମାନନ୍ଦ ରାଉତ ବି ପି ସି ଗୋବର୍ଧନ ବାଗ, ସରପଞ୍ଚ ସନ୍ତୋଷିନୀ ବରିହା, ଈ ଓ ଡିସେମ୍ବର ଭୋଏ ସ୍ବାସ୍ଥ୍ୟ ବିଭାଗ କୃଷି ବିଭାଗ ଶିକ୍ଷା ବିଭାଗ ସମସ୍ତ ବିଭାଗ କର୍ମଚାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ସମୁଦାୟ ୫୦୦ ରୁ ଉର୍ଦ୍ଧ ଆବାସ ଘର ପାଇବା ପାଇଁ ଓ ରାସନକାର୍ଡ ପାଇଁ ଅଭିଯୋଗ କରିଥିଲେ I















