୦୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ୍ ସିଂହ ପୁରୀଙ୍କୁ ସାକ୍ଷାତ କରିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ । ବିଶେଷ କରି କନ୍ଧମାଳ ଜିଲାରେ ୨୦ଟି ନୂତନ ପେଟ୍ରୋଲ ପମ୍ପ ସ୍ଥାପନ ସହିତ ସହରାଞ୍ଚଳ ଏବଂ ଉପସହରାଞ୍ଚଳରେ ଜୈବିକ ଇନ୍ଧନ ଓ ସିଏନଜି ବ୍ୟବସ୍ଥା ଆରମ୍ଭ କରିବା ଦିଗରେ ଆଲୋଚନା କରିଛନ୍ତି । ଏହି ଅବସରରେ ଗେଲ୍ ଏବଂ ସ୍ଥାନୀୟ ଏମ୍ଏସ୍ଏମଇ ବିକ୍ରେତାଙ୍କ ମଧ୍ୟରେ ସଂପର୍କ ବୃଦ୍ଧି ଉପରେ ମଧ୍ୟ ସାଂସଦ ଶ୍ରୀ ପାଣିଗ୍ରାହୀ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ।















