No Result
View All Result
୦୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ବାଣପୁର ବ୍ଲକ ନାଚୁଣୀ କ୍ଲଷ୍ଟର ଅନ୍ତର୍ଗତ ଲୋକିପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଓସେପା ଦ୍ଵାରା ନିର୍ଦ୍ଧାରିତ ଗପ ଶୁଣିବା ଓ ଗପ କହିବା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସୁବୁଦ୍ଧି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ତ୍ରିପାଠୀ, ନାଚୁଣୀ କ୍ଲଷ୍ଟର ସି ଆର୍ ସି ସି ମଧୁସୂଦନ ଭୋଇ ଏବଂ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଳ୍ପ କଥନ ଓ ଗଳ୍ପ ଶ୍ରବଣ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭାଷା ଜ୍ଞାନ ବ୍ରୃଦ୍ଧି କରିବାରେ ସହାୟକ ହୋଇଥାଏ ବୋଲି କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଞ୍ଜୟ କୁମାର ପଲେଇ , ଓ୍ଵାର୍ଡ ସଭ୍ୟ ରାମଚନ୍ଦ୍ର ସାଶମଲ ଓ ପରିଚାଳନା କମିଟି ର ସଭ୍ୟ ସଭ୍ୟା ମାନେ କାର୍ଯ୍ୟ କ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସୁବୁଦ୍ଧି ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ସସ୍ମିତା ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।

ଏହି ଉପଲକ୍ଷେ ଛାତ୍ରୀ ଶୁଭଶ୍ରୀ ପ୍ରଧାନ,ପାୟଲ ପ୍ରିୟଦର୍ଶିନୀ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ , ଛାତ୍ର ଶୁଭମ୍ ବେହେରା,ଓମ୍ ପ୍ରକାଶ ପରିଡା ଗଳ୍ପ କଥନ ଏବଂ ଛାତ୍ରୀ ଲକ୍ଷ୍ମୀ ପ୍ରିୟା ପଲେଇ, ମନୀଷା ପରିଡ଼ା, ପଲକ ସାଶମଲ ଦେଶାତ୍ମବୋଧକ ସଙ୍ଗୀତ ମାଧ୍ୟମରେ ଉଦ୍ ଯାପନୀ ସଙ୍ଗୀତ ପରିବେଷଣ କରିଥିଲେ ।

No Result
View All Result