No Result
View All Result
୦୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ମହେଶ୍ୱର ପ୍ରଧାନ ଆଜି ଅନୁଷ୍ଠାନିକ ଭାବରେ ଅବସର ନେଇଛନ୍ତି l ଚାକିରୀର ୩୫ଵର୍ଷ ଧରି ନିରବଛୀର୍ଣ୍ଣ ଭାବରେ ବିଦ୍ୟାଳୟ ଓ ଛାତ୍ର ଛାତ୍ରୀଙ୍କ ପାଈଁ ଅକ୍ଲାନ୍ତ ପରିଶ୍ରମ କରି ଏହି ବିଦ୍ୟାଳୟକୁ ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତରରେ ପରିଚୟ କରାଇଛନ୍ତି l ନିଜ କର୍ମମୟ ଜୀବନରେ ନିଜ ପାଈଁ ଚିନ୍ତା ନ କରି ସବୁ ସମୟରେ ବିଦ୍ୟାଳୟର ମେରୁଦଣ୍ଡ ସଦୃଶ ଦଣ୍ଡାୟମାନ ମାନ ହୋଇ ଶିକ୍ଷା ଦେବାଠାରୁ ଆଡ଼ମିସନ ଓ ବିଦ୍ୟାଳୟର ପ୍ରତେକ କାର୍ଯ୍ୟକ୍ରମରେ ମହେଶ୍ୱର ପ୍ରଧାନ ଅବଦାନ ଅନନ୍ୟ l

ସେ ଜଣେ କର୍ମନିଷ୍ଠ ଓ ଛାତ୍ର ବତ୍ସଳ ସହିତ ଅଭିଭାବକ ମହଲରେ ସୁ ପରିଚିତ ଥିଲେ l ଛାତ୍ର ଛାତ୍ରୀ ବିଦ୍ୟାଳୟ କର୍ମଚାରୀ ଓ ଅଧ୍ୟାପକ ,ଅଧ୍ୟାପିକାଙ୍କ ଉପସ୍ଥିତ୍ତିରେ ଅଧ୍ୟାପକ ମହେଶ୍ୱର ପ୍ରଧାନ ଅବସର ନେଇଛନ୍ତି l ସlରଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ବୁଦ୍ଧିଜିବୀ ମହଲରେ ପ୍ରସଶl୦ ପାଇଛନ୍ତି l ସେହିପରି ବିଦ୍ୟାଳୟ ପରିସରରେ ନୂତନ ଭାବେ ଯୋଗ ଦେଇଥିବା ଅଧ୍ୟାପକ ,ଅଧ୍ୟାପିକା ମାନଙ୍କୁ ବିଦ୍ୟାଳୟ ଏବଂ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ବିଦ୍ୟାଳୟର ଅଧ୍ୟକ୍ଷା ମଧୁଲତା ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ନୂତନ ଭାବେ ଯୋଗ ଦେଇଥିବା ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ ଫୁଲ ତୋଡା ଦେଇ ସ୍ବାଗତ କରାଯାଇଥିଲା । ଇଂରାଜୀ ବିଭାଗରେ ଅଧ୍ୟାପକ ଜିତେନ୍ଦ୍ର କୁମାର ପ୍ରଧାନ,ଶିକ୍ଷା ବିଭାଗରେ ଅଧ୍ୟାପିକା ପଦ୍ମିନୀ ରାଉତ,ତର୍କ ଶାସ୍ତ୍ର ବିଭାଗରେ ଅଧ୍ୟାପିକା ଅମ୍ରିତା ପ୍ରିୟଦର୍ଶିନୀ ପ୍ରଧାନ, କିରାଣୀ ବିଭାଗରେ ଆଶିଷ କୁମାର ନାୟକ ବିଦ୍ୟାଳୟରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ବିଜୟ କୁମାର ସାହୁ,ସତ୍ୟ ସ୍ବାଗତ ସାହୁ,ଦିଲ୍ଲୀପ ସାହୁ ,ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ,ସନ୍ତୋଷ କୁମାର ସାହୁ, ଉମର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result