୦୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ରାଜ୍ୟର ଅନ୍ୟତମ ପଛୁଆ ଜିଲ୍ଲା ଭାବେ ଜଣାଶୁଣା । ଶିକ୍ଷା, ସ୍ବାସ୍ଥ୍ୟ ସବୁ ଦୃଷ୍ଟିରୁ ଏହି ଜିଲ୍ଲା ଅନେକ ପଛରେ ରହିଛି । କେନ୍ଦ୍ର ସରକାର କନ୍ଧମାଳର ବିକାଶ ପାଇଁ ଏହାକୁ ଆକାଂକ୍ଷୀ ଜିଲ୍ଲା ତାଲିକାରେ ସାମିଲ କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ଶିକ୍ଷା କ୍ଷେତ୍ରରେ ପଛୁଆ ରହିଛି । ଜିଲ୍ଲାର ଭିତ୍ତିଭୂମି ଅତି ଦୁର୍ବଳ । ପ୍ରାଥମିକଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ କୌଣସି ସ୍ତରରେ ଗୁଣାତ୍ମକ ଶିକ୍ଷାଦାନର ସୁବିଧା ନାହିଁ । ଜିଲ୍ଲାରେ କୌଣସି ବଡ ଧରଣର ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ନାହିଁ । ଏହି ଦୃଷ୍ଟିରୁ ଫୁଲବାଣୀ ଠାରେ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ଦାବି କରିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ।















