No Result
View All Result
୩୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଲାଙ୍ଗୀର :-> ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କ ନୋମିନି ହେଲେ ଦିନେଶ ଶର୍ମା । ଗତ ତା.୧୭.୦୭.୨୦୨୪ ଦିନ ଦିନେଶ ଶର୍ମାଙ୍କୁ ଦାୟିତ୍ୱ ଦେଇଥିଲେ ସାଂସଦ । ଆଜି ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଲିଖିତ ପତ୍ର ପ୍ରଦାନ କରିଥିଲେ । ୨୦୨୪ ନିର୍ବାଚନ ଲୋକସଭା ସଂଯୋଜକ ଭାବେ ବେଶ ଦାୟିତ୍ୱ ତୁଳାଇଥିବା ବେଳେ ତାଙ୍କୁ ବଲାଙ୍ଗିର ଲୋକସଭା ସାଂସଦ ଜିଲ୍ଲାର ବିଭିନ୍ନ ବିଭାଗ ର ନୋମିନି କରିଛନ୍ତି । ଆଗରୁ ସେ ମେକ୍ ଇନ୍ ଇଣ୍ଡିଆର ସଂଯୋଜକ ଥିଲେ । ପୂର୍ବରୁ ରାଜ୍ୟ ବିଜେପି ପକ୍ଷରୁ ଅନେକ ଦାୟିତ୍ୱ ମିଳିଥିବା ବେଳେ ସେ ଏହି ନୋମିନି ଦାୟିତ୍ୱ ପାଇଥିବାରୁ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ଶ୍ରୀ ଶର୍ମା ରାଜନୀତି ଜିବନରେ ଏବିଭିପି ପ୍ରମୁଖ ପ୍ରଭାରି, ରାଜେନ୍ଦ୍ର କଲେଜର ଛାତ୍ର ସଂସଦର ସଂପାଦକ, ଟାଉନ ଯୁବ ମୋର୍ଚ୍ଚା ସଭାପତି ଓ ଜିଲ୍ଲା ସଂପାଦକ ଥିଲେ । ମାହେଶ୍ୱରୀ ସଂଗଠନ ର ଉପଦେଷ୍ଟା, ସୋନପୁର ଜିଲ୍ଲା ପ୍ରଭାରି ହୋଇଥିବା ବେଳେ ପୂର୍ବରୁ ୨୦୧୯ ରେ ମେଡିକାଲ କଲେଜର ଏମ୍ପି ଙ୍କ ନୋମିନି ଓ ମିଡିଆ ସେଲରେ ଦାୟିତ୍ୱ ତୁଳାଇଥିଲେ । ଏ ବିଷୟରେ ସୋସିଆଲ ମିଡିଆରେ ପ୍ରଚାରିତ ହେବା ପରେ ଶୁଭେଚ୍ଛାର ସୁଅ ଛୁଟୁଛି ଦିନେଶ ଙ୍କୁ ।
No Result
View All Result