No Result
View All Result

ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି ।
୩୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ଓଡ଼ିଶା ବାରମ୍ବାର ଦାବି କରି ଆସୁଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି । ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି କେନ୍ଦ୍ରରେ ସରକାର ଗଢିଲେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ସରକାର ଏସବୁକୁ ଅଣଦେଖା କରି ସ୍ୱତନ୍ତ୍ର ଅନୁଦାନ ନୀତି ଆରମ୍ଭ କରିଥିଲେ ।
ଗତ ବଜେଟରେ କେନ୍ଦ୍ର ସରକାର କେବଳ ଆନ୍ଧ୍ରପ୍ରଦେଶ ଓ ବିହାରକୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଥିବା ସହ ଅନ୍ୟାନ୍ୟ ବିଜେପି ଶାସିତ ରାଜ୍ୟକୁ ମଧ୍ୟ କିଛି ସହାୟତା ରାଶି ଘୋଷଣା କରିଥିଲେ । ସେହିପରି ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ନୀତି ଆୟୋଗ ବୈଠକରେ ଯୋଗ ଦେଇଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ତେବେ ବୈଠକରେ କେନ୍ଦ୍ର ସରକାରଙ୍କ ଆଗରେ ଓଡିଶା ପାଇଁ କେଉଁ ସବୁ ଦାବି ରଖିଛନ୍ତି ସେ ନେଇ ଗୃହରେ ଉପସ୍ଥାପନ କରନ୍ତୁ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ନା ସ୍ୱତନ୍ତ୍ର ଷ୍ଟେଟ ଫୋକସ କିମ୍ବା ସ୍ବତନ୍ତ୍ର ଆବଣ୍ଟନ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ସେ ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ । ସେହିପରି ଶୂନ୍ୟକାଳରେ ଏହି ସମାନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ।
ନୀତି ଆୟୋଗ ବୈଠକରେ ଓଡିଶା ପାଇଁ କେଉଁ ସବୁ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ, ସେ ନେଇ ଗୃହରେ ଉତ୍ତର ରଖନ୍ତୁ । ଓଡ଼ିଶା ଏକ ଆଦିବାସୀ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ । ତେଣୁ ୨୦୧୪ ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ, ଏବେ ମୁଖ୍ୟମନ୍ତ୍ରୀ ବୈଠକରେ କେଉଁ ଦାବି ରଖିଛନ୍ତି ସେ ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ । ପୋଲାଭରମ୍ ପ୍ରସଙ୍ଗରେ ଆଲୋଚନା ହୋଇଛି କି ନାହିଁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ପ୍ରଶ୍ନ କରିଛନ୍ତି ।

No Result
View All Result