No Result
View All Result
୩୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ଖୋର୍ଦ୍ଧା ଜିଲ୍ଲା ପରିଷଦର ତୃତୀୟ ସ୍ଥାୟୀ କମିଟି ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣାଙ୍କ ସଭାପତିତ୍ବରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଦସ୍ଯ ମାନେ ପୂର୍ତ୍ତ ,ଗ୍ରାମ୍ଯଉନ୍ନୟନ ,ଜଳସେଚନ, ବିଦ୍ୟୁତ ବିଭାଗ ଓ ବିଭିନ୍ନ ବ୍ଲକରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ଯର ଅଗ୍ରଗତି ଉପରେ ଅଧିକ୍ଷଣଯନ୍ତୀ ,

କାର୍ଯ୍ଯନିର୍ବାହୀ ଯନ୍ତ୍ରୀ ମାନକଂ ସହ ଆଲୋଚନା କରି ସମସ୍ତ ଉନ୍ନୟନ ମୂଳକ ପ୍ରକଳ୍ପ ଉପରେ ସମୀକ୍ଷା କରିଥିଲେ । ଜିଲ୍ଲାପରିଷଦରେ ଅନୁମୋଦିତ ଅନେକ ପ୍ରକଳ୍ପ ବ୍ଲକ ସ୍ତରରେ ଠିକ ଭାବରେ କାର୍ଯ୍ଯକାରି ହେଉନଥିବାରୁ ଏଥି ପ୍ରତି ଧ୍ୟାନ ଦେବାକୁ ଉପାଧ୍ୟକ୍ଷ ଗୋପିନାଥ ମହାରଣା ନିଦ୍ଦେର୍ଶ ଦେଇ ଥିଲେ । ବୈଠକରେ ଅଧକ୍ଷା ରୂପଶ୍ରୀ ରାଣି ଗୁମାନସିଂହ ସଭ୍ଯ ଅନାଦି ସାହୁ , ପ୍ରକାଶ ସାହୁ, ମହେଶ୍ବର ଦାସ, ଗଙ୍ଗାଧର ମଲ୍ଲିକ ପ୍ରମୁଖ ଯୋଗ ଥିଲେ ।
No Result
View All Result