No Result
View All Result
୨୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ର ପ୍ରମୁଖ ଶୈବ ପୀଠ ତଥା ପୁଣ୍ୟ କ୍ଷେତ୍ର ରେ ସୋମବାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ଶ୍ରାବଣ ମାସ ର ପ୍ରଥମ ସୋମବାର ହୋଇଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଜଳାଭିଷେକ ପାଇଁ ଦୂର ଦୁରାନ୍ତ ରୁ ଜଳ ଆଣି ଢ଼ାଳି ଥିଲେ। ଶ୍ରଦ୍ଧାଳୁଙ୍କ ମାନେ ଶ୍ରାବଣ ମାସ ରେ ଶିବ ଲିଙ୍ଗ ଉପରେ ଜଳାଭିଷେକ କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି। ଏହି ଅବସରରେ ରେ ଭୋର୍ ୪ ଟାରେ ମନ୍ଦିର ଖୋଲିବା ସହିତ ଦୈନଦିନ ପୂଜା ନୀତି ଠାକୁରଙ୍କ ଅନୁଷ୍ଠିତ ହୋଇଥିଲେ। ଶ୍ରଦ୍ଧାଳୁ ମାନେ ପାପନାଶିନୀ ଝରଣାରେ ବୁଡ଼ ପକାଇ ଝରଣା ରୁ ଜଳ ସଂଗ୍ରହ ହର ଲମ୍ବାଧାଡ଼ିରେ ରହି ଠାକୁର ଙ୍କ ଜଳାଭିଷେକ କରିଥିଲେ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରି ଗେଟ୍ କରାଯାଇଥିବା ଜଣାଯାଇଛି। ପ୍ରବଳ ବର୍ଷା ଓ ପ୍ରତିକୂଳ ପାଗ ସତ୍ତ୍ୱେ ଶ୍ରଦ୍ଧାଳୁ ମାନେ ଠାକୁର ଙ୍କ ଜଳାଭିଷେକ ।
ମନ୍ଦିର ପ୍ରଶାସନ ତରଫରୁ ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅଁର, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପାଟଣାଗଡ ଉପଖଣ୍ଡ ପୋଲିସ ଅଧିକାରୀ ସଦାନନ୍ଦ ପୁଝାରୀ, ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର, ହରିଶଙ୍କର ଫାଣ୍ଡି ଅଧିକାରୀ ସେବନ କେରକେଟା ସମେତ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । ଶ୍ରଦ୍ଧାଳୁଙ୍କ ପାଇଁ କିଛି ବ୍ୟବସ୍ଥା ନଥିବାରୁ ଶ୍ରଦ୍ଧାଳୁ ହନ୍ତସନ୍ତ ଶ୍ରାବଣ ମାସ ପ୍ରଥମ ସୋମବାର ରେ ପୁଣ୍ୟ କ୍ଷେତ୍ର ହରିଶଙ୍କର ରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଥିଲେ ମଧ୍ୟ ବର୍ଷା ଯୋଗୁଁ ହନ୍ତ ସନ୍ତ ହୋଇଥିଲେ । ବର୍ଷା ସମୟ ରେ ଅନ୍ୟ ବର୍ଷ ମାନଙ୍କ ରେ ପୁରୁଣା ଘର, ମଣ୍ଡପ ଥିଲା ସେଠାରେ ମୁଣ୍ଡ ଗୁଞ୍ଜୁଥିଲେ ହେଲେ ନୂତନ କାମ ପରେ ମନ୍ଦିର ପରିସର ଖାଲି ଥିବାରୁ ବର୍ଷା ପାଣି ପାଇଁ ହଇରାଣ ହୋଇଥିଲେ । ସେହିପରି ମନ୍ଦିର ପରିସର ରେ ଗ୍ରାନାଇଟ ପଥର ଲାଗିଥିବାରୁ ପାଣିରେ ଶ୍ରଦ୍ଧାଳୁ ମାନେ ଖସିପଡୁଥିବା ଦେଖାଯାଇଥିଲା । ସମସ୍ୟା ର ସମାଧାନ ପାଇଁ ମନ୍ଦିର ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।
No Result
View All Result