୨୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ପରିସରରେ ଥିବା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ସଭା ଗୃହ ଠାରେ ବ୍ଲକ୍ ବୈଷୟିକ କମିଟି ର ଅର୍ଦ୍ଧ୍ ମାସିକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ କମିଟି ର ଆବାହକ ବ୍ଲକ୍ କୃଷି ଅଧିକାରୀ ସନ୍ତୋଷ କୁମାର ମେହେର ଅଧ୍ୟକ୍ଷତା କରିଥିବା ବେଳେ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସ୍ଵପ୍ନେଶ୍ୱର ନାଏକ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଜିନିତା ବରୁଆ, ସହକାରୀ କୃଷି ଅଧିକାରୀ ଦୀନବନ୍ଧୁ ବେହେରା ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ କୃଷି ଓ ଆନୁଷଙ୍ଗିକ ବିଭାଗ ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା ।
ସେହି ପରି ଚଳିତ ଖରିଫ ଋତୁ ପାଇଁ ବିଭିନ୍ନ ବିଭାଗ ର ଟାର୍ଗେଟ ଉପରେ ଆଲୋଚନା ହୋଇଥିଲା। କୃଷି ବିଭାଗ ତରଫରୁ ସବୁଜ ଖତ ପାଇଁ ଧନୀଚା, ଛଣି ଚାଷ , କପା ଚାଷ ଟାର୍ଗେଟ, ଧାନ ଚାଷ ଅଗ୍ରଗତି ଉପରେ ଆଲୋଚନା ହୋଇଥିଲା । ସେହିପରି ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ଗୋପାଳନ, ଛେଳି ଚାଷ, କୁକୁଡ଼ା ଚାଷ ଉପରେ ଆଲୋଚନା ହୋଇଥିଲା । ଜୈବିକ କୃଷି ପଦ୍ଧତି କୁ ଗୁରୁତ୍ଵ ଦେବାକୁ ଆଲୋଚନା ହୋଇଥିଲା। ବିଭିନ୍ନ ଜୈବିକ ଉର୍ବରକ, କୀଟ ନିୟନ୍ତ୍ରକ ପ୍ରସ୍ତୁତି, ମହିଳା ଗୋଷ୍ଠୀ କୁ ପ୍ରୋତ୍ସାହନ ନେଇ ଆଲୋଚନା ହେବା ସହ କ୍ଷୁଦ୍ର ଶସ୍ୟ ଚାଷ ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ଏଫ୍ ଇ ଏସ ମାଷ୍ଟର ଟ୍ରେନର ଅଭୟ କୁମାର ତ୍ରିପାଠୀ, ମିଲେଟ ମିଶନ ବ୍ଲକ୍ ସଂଯୋଜକ ଉମେଶ ଗୁପ୍ତା, ଏସ ପି ପି ଏଫ୍ ବ୍ଲକ୍ ସଂଯୋଜକ ସୁରେଶ ବେହେରା, ଏ ଟି ଏମ ପରେଶ ମେହେର, ମାନସ କୁମାର ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ ।