No Result
View All Result
୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନ ମାଟିଆଭଟା ପଞ୍ଚାୟତ ସାଲେପାଲି ଗାଁ ର ଶ୍ୟାମାନନ୍ଦ ବାଗ ଙ୍କ କୁକୁଡ଼ା ଭାଡ଼ିରେ କେହି ଦୁର୍ବୃତ୍ତ ବିଷ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଖପ୍ରାଖୋଲ ଥାନା ରେ କୁକୁଡ଼ା ଚାଷୀ ଶ୍ୟାମାନନ୍ଦ୍ ବାଗ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଚାଷୀଙ୍କ କୁକୁଡ଼ା ଭାଡିରେ ଗୋଟିଏ ପଟେ ୧୯୦ ଟି କୁକୁଡ଼ା ମରିପଡ଼ିଥିବା ବୁଧବାର ସକାଳେ ଦେଖିଥିଲେ।

ଭାଡିରେ ଏକହଜାର ରୁ ଅଧିକ କୁକୁଡ଼ା ଥିବା ବେଳେ ଗୋଟିଏ ପଟେ ଏତେ କୁକୁଡ଼ା ମରି ପାରିଥିବା ରୁ କେହି ଦୁର୍ବୃତ୍ତ ବିଷ ଦେଇ ଥିବା ସନ୍ଦେହ କରି ଖପ୍ରାଖୋଲ ଥାନା ଅଭିଯୋଗ କରିବା ସହ ଖପ୍ରାଖୋଲ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କୁ ଜଣାଇଥିଲେ। ପୋଲିସ ଓ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଘଟଣା ସ୍ଥଳ ପହଞ୍ଚି ଥିଲେ।
ଏନେଇ ଖପ୍ରାଖୋଲ ଥାନା ରେ ଏକ ମାମଲା ରୁଜୁ କରି ଘଟଣାର ର ତଦନ୍ତ ଚାଲିଥିବା ଥାନା ଅଧିକାରୀ ନରେନ୍ଦ୍ର ଛତର ପ୍ରକାଶ କରିଛନ୍ତି। ସେହି ପରି ଖପ୍ରାଖୋଲ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସ୍ଵପ୍ନେଶ୍ୱର୍ ନାଏକ ଙ୍କୁ ପଚାରିବାରୁ ମୃତ କୁକୁଡ଼ା ର ବ୍ୟବଚ୍ଛେଦ କରାଯାଇ ନମୁନା ସଂଗ୍ରହ କରାଯାଇଛି। ରିପୋର୍ଟ ଆସିଲା ପରେ କଣ ହୋଇଛି ଜଣାପଡ଼ିବ ବୋଲି କହିଛନ୍ତି। ସୂଚନା ଯୋଗ୍ୟ ଚାଷୀ ଜଣକ ସରକାରୀ ସହାୟତା ରେ କୁକୁଡ଼ା ଭାଡ଼ି କରି ଚାଷ କରି ଆସୁଛନ୍ତି।
No Result
View All Result