No Result
View All Result
୧୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ -> ପବିତ୍ର ରଥଯାତ୍ରା ଓ ବାହୁଡା଼ ଯାତ୍ରା ଉପଲକ୍ଷେ ଉର୍ଜାବାନ ଓଡିଶା ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ସେବା କାର୍ଯ୍ୟ ଯୋଗାଇ ଦିଆ ଯାଇଥିଲା l ରଥଯାତ୍ରା ଦିନ ରେଡ କ୍ରସ ରୋଡ଼ ରେ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ରନ୍ଧା ଖାଦ୍ୟ ପାଣି ବୋତଲ ବଣ୍ଟନ କରାଯିବ ସହ ବଳଗଣ୍ଡି ଛକ ନିକଟରେ ନାଣ୍ଡି ବଗୁଲି ସର୍ବତ ଓ ଅସହ୍ୟ ଗୁଲୁମୁଲି ପାଇଁ ସଦସ୍ୟ ମାନଙ୍କ ଦ୍ଵାରା ଜଳ ସିଞ୍ଚନ କରାଯାଇଥିଲା l
ତା ସହିତ ବାହୁଡା଼ ଯାତ୍ରା ଅବସରରେ ବଳଗଣ୍ଡି ନିକଟରେ ନାଣ୍ଡି ବଗୁଲି ପାନ ମଧୁରୀ ସର୍ବତ ବିତରଣ କରାଯାଇଥିଲା l ଚଳିତ ସୁନାବେଶ ଦିନ ମଧ୍ୟ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସେବା ଯୋଗାଇ ଦିଆ ଯିବ ବୋଲି ଅନୁଷ୍ଠାନ ର ସଭାପତି ସନ୍ତୋଷ ସେନାପତି କହିଥିଲେ l ପ୍ରମୁଖ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ lସମ୍ପାଦିକା ନିହାରିକା ତ୍ରିପାଠୀ ଧନ୍ୟବାଦ ଦେଇଥିଲେ l

No Result
View All Result