No Result
View All Result
ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ଲୋକ
ଇଟା ପଥର ଗଦାଇ ଟାୟାର ଜାଳି ରାସ୍ତା ଅବରୋଧ କଲେ ଗ୍ରାମବାସୀ, ଦୁଇ ଡାକ୍ତରଙ୍କ ତୁରନ୍ତ ବଦଳି କରାଯିବା ପ୍ରତିଶୃତି ପରେ ହଟିଲା ରାସ୍ତା ଅବରୋଧ
ଭାପୁର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ସଦର ମହକୁମାରେ ଥିବା ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଦିନ ଜଣେ କଲେଜ ଛାତ୍ରୀର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା. ଘଟଣାରୁ ପ୍ରକାଶ ଭାପୁର ବ୍ଲକ ଗୋଳାପୋଖରୀ ଗ୍ରାମର ଗୋପାଳ ଚନ୍ଦ୍ର ବେହେରାଙ୍କ ଝିଅ ସନ୍ତୋଷୀ ବେହେରା(୧୮) ଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ମଙ୍ଗଳବାର ଦିନ ସକାଳ ୭ ଘଟିକା ସମୟରେ ଭାପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା.

ସେଠାରେ କାର୍ଯ୍ୟରତ ଡାକ୍ତର ଡ଼. ଲଳିତ ମୋହନ ଟୁଡୁ ଓ ଡ଼. ଅଶୋକ କୁମାର ମଲ୍ଲିକ ତାଙ୍କୁ ଚିକିତ୍ସା କରିଥିଲେ. ସାଲାଇନ ଓ ଇଞ୍ଜେକ୍ସନ ଦେଇ ଚିକିତ୍ସା ଚାଲିଥିବା ସମୟରେ ସନ୍ତୋଷୀଙ୍କର ମୃତ୍ୟୁ ହୋଇଥିଲା. ଏନେଇ ପରିବାର ଲୋକ ଚିକିତ୍ସାରେ ଅବହେଳା ଓ ଭୁଲ ଇଞ୍ଜେକ୍ସନ ପାଇଁ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଡାକ୍ତର ଦୁଇ ଜଣଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଫତେଗଡ଼-ଖଣ୍ଡପଡ଼ା ପୂର୍ତ୍ତ ବିଭାଗ ମେଡିକାଲ ସମ୍ମୁଖ ରାସ୍ତା ଓ

ଗୋଳାପୋଖରୀ – ଭାପୁର ରାସ୍ତା ଉପରେ ଇଟା ପଥର ରଖିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ. ଖବର ପାଇ ଡାକ୍ତରଖାନାରେ ଫତେଗଡ଼ ଥାନା ଅଧିକାରୀ ଅଜୟ ସାହୁ ପହଞ୍ଚି ଶବକୁ ଜବତ କରିଥିଲେ. କିନ୍ତୁ ଡାକ୍ତରଖାନାରେ ପରିସ୍ଥିତି ଉତ୍ତେଜନା ମୂଳକ ଥିବାରୁ ଫତେଗଡ଼ ଥାନା କର୍ମଚାରୀ, ଏପିଆର ଫୋର୍ସ ଓ ଭାପୁର ବିଟ୍ ହାଉସ ଅଧିକାରୀଙ୍କୁ ଡକାଇ ପରିସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ.

କିନ୍ତୁ ଡାକ୍ତରଖାନାରେ ଉତେଜନା ଲାଗିରହିଥିବା ଖବର ପାଇ ଖଣ୍ଡପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ସରୋଜ ସାହୁ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସୁଶାନ୍ତ କୁମାର ବେହେରା, ଏଡିଏମଓ ପିଏଚ ନୌଷଦ ଅଲ୍ଲୀଖାନ, ଖଣ୍ଡପଡ଼ା ଥାନା ଅଧିକାରୀ କୃତିବାସ ହରିଚନ୍ଦନ, ତହସିଲଦାର ଲୋପାମୁଦ୍ରା ରଥ, ବିଡ଼ିଓ ଶାରଦା ପ୍ରସନ୍ନ ପଣ୍ଡା,

ଭାପୁର ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼. ବିଶ୍ୱନାଥ ସାହୁ, ଡ଼. ପ୍ରଦୀପ କୁମାର ପାଇକରାୟ, ଗୋଳାପୋଖରୀ ସରପଞ୍ଚଙ୍କ ପ୍ରତିନିଧି ଅନିଲ କୁମାର ବୈରୀଗଞ୍ଜନ, ଭାପୁର ବଣିକ ସଂଘର ସମ୍ପାଦକ ସନାତନ ସାହୁ ପ୍ରମୁଖ ଉପସ୍ଥିତ ରହି ମୃତ ସନ୍ତୋଷୀଙ୍କ ପରିବାର ବର୍ଗ ଓ ଗ୍ରାମବାସୀମାନଙ୍କୁ ବୁଝାସୁଝା କରିଥିଲେ. କିନ୍ତୁ ପରିବାର ବର୍ଗଙ୍କ ଦାବି ମୁତାବକ

କାର୍ଯ୍ୟରେ ଅବହେଳା କରିଥିବା ଦୁଇ ଡାକ୍ତରଙ୍କୁ ତୁରନ୍ତ ବଦଳି କରିବାକୁ ପ୍ରତିଶୁତି ପରେ ରାସ୍ତା ଅବରୋଧ ହଟିବା ସହ ଶବ ବ୍ୟବଚ୍ଛେଦ ପାଇଁ ସନ୍ଧ୍ୟା ୭ ଘଟିକା ସମୟରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲେ. ମୃତ ସନ୍ତୋଷୀ +୩ ପ୍ରଥମ ବର୍ଷର ଛାତ୍ରୀ ଥିଲେ ବୋଲି ପରିବାର ଲୋକ କହିଛନ୍ତି. ରାସ୍ତା ଅବରୋଧ ଯୋଗୁ ଯାନ ବାହାନ ଚଳାଚଳ ବ୍ୟାଘାତ ହୋଇଥିଲା l

No Result
View All Result