No Result
View All Result
୧୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କାକଟପୁର :-> ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ଅନ୍ତର୍ଗତ ଧୃର୍ଜଙ୍ଗ ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମାଁ ଭଗବତୀ ଙ୍କର ପ୍ରଥମ ଜନ୍ମ ଉତ୍ସବ ବହୁ ଧୁମ୍ ଧାମ୍ ଓ ବହୁ ଆଡ଼ମ୍ବରେ ପାଳନ ହୋଇଯାଇଛି। ମା’ଙ୍କ ନୀତିକାନ୍ତି ଅନୁଯାୟୀ ଆଜି ମଧ୍ୟାହ୍ନ ୧.୩୦ ମିନିଟ୍ ରେ କାକଟପୁର ଅନ୍ତର୍ଗତ ବିଶ୍ଵାମିତ୍ର ଆଶ୍ରମ ନିକଟରେ ଥିବା ଐତିହାସିକ ପ୍ରାଚୀନ ତଥା ପବିତ୍ର ନଦୀ ପ୍ରାଚୀ ନଦୀରୁ ୧୦୮ କଳସ ଶୋଭାଯାତ୍ରା ରେ ୪୦ ରୁ ଊର୍ଦ୍ଧ୍ବ ମହିଳା ପୁରୁଷ ଏବଂ କେତେକ ଯୁବତୀ ମଧ୍ୟ ଏହି କଳସ ଯାତ୍ରା ରେ ସାମିଲ୍ ହୋଇଥିଲେ।
କଳସ ଯାତ୍ରା ପରେ ମା ଭଗବତୀଙ୍କର ଯଜ୍ଞ ଆରମ୍ଭ କରାଯାଇ ପରେ ପୁଷ୍ପାଞ୍ଜଳି ଦିଆଯାଇଥିଲା,ପରେ ଅନେକ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ର ଆୟୋଜନ କରାଯାଇଥିଲା । ଏହି ମହାଯଜ୍ଞ ରେ ମୁଖ୍ୟ କର୍ତ୍ତା ଭାବେ ଦୀପକ୍ ରାଉତ ଏବଂ ତାଙ୍କ ପତ୍ନୀ ଝୁନୁଲତା ରାଉତ ବସିଥିବାବେଳେ ରାଜୀବ ରାଉତ, ମନୋରମା ରାଉତ, ସୁକାନ୍ତ ରାଉତ, ପଞ୍ଚୁ ରାଉତ, ମଙ୍ଗୁଳି କାଣ୍ଡି, ସନ୍ତୋଷ କାଣ୍ଡି, ରବି କାଣ୍ଡି,ବାବୁଲି କାଣ୍ଡି, ଶଙ୍କର କାଣ୍ଡି ସଞ୍ଜିତ ରାଉତ,ରଞ୍ଜନ କାଣ୍ଡି ଙ୍କ ସେମେତ ଅନେକ ଗ୍ରାମବାସୀ ଏହି ଶୁଭ କାର୍ଯ୍ୟରେ ଉପସ୍ଥିତ ଥିଲେ।
ଲୋକମାନଙ୍କ ର ବିଶ୍ବାସ ରହିଛି ଯେ,ମା ଭଗବତୀ ହେଉଛନ୍ତି ପ୍ରତ୍ୟେକ୍ଷ ଦେବୀ,ତାଙ୍କୁ ଯିଏ ଯାହା ମାନସିକ କରେ ତାଙ୍କର ମାନସିକ ପୂରଣ ହୁଏ ବୋଲି ସେଠାକାର ଅଧିବାସୀ ଏବଂ ମାନସୀକଧାରୀ ଭକ୍ତ ମାନେ କହିଛନ୍ତି। ସେଥିପାଇଁ ଦୂରଦୁରାନ୍ତରୁ ଭକ୍ତମାନଙ୍କ ର ଏହି ସ୍ଥାନକୁ ସୁଅ ଛୁଟେ। ଆଜି ମା ଭଗବତୀଙ୍କର ପ୍ରଥମ ଜନ୍ମ ଉତ୍ସବ କୁ ବହୁ ଆନନ୍ଦରେ ପାଳନ କରିଥିବାରୁ ମୁଖ୍ୟ ପୂଜକ ଖୁସି ବ୍ୟକ୍ତ କରିଛନ୍ତି।ପ୍ରତି ବର୍ଷ ମା’ଙ୍କର ଏହି ଜନ୍ମ ଉତ୍ସବ ଧୁମ୍ ଧାମରେ ପାଳନ ହେବ ବୋଲି ସେଠାକାର ଗ୍ରାମବାସୀମାନେ କହିଥିଲେ ।
No Result
View All Result