No Result
View All Result
ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ସ୍ଥିତ ସରକାରୀ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସ୍ଵାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ପରାମର୍ଶ ଦେଇ କୃମି ନାଶକ ଆଲବେଣ୍ଡଜଲ ବଟିକା ଖୁଆଇ ଶୁଭାରମ୍ଭ କରିଥିଲେ ।

ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ସିଡିଏମଓ ଡାକ୍ତର ଅକ୍ଷୟ କୁମାର ସାହୁ ଯୋଗ ଦେଇ କୃମି ହେବାର କାରଣ ନିରାକରଣ ଉପରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପ୍ରୋବେସନାଲ ଆଇଏଏସ୍ ଜସକରନ ସିଂ,ଡିଇଓ ରାଜେଶ କୁମାର ସ୍ଵାଇଁ,ଡିଏମଆରସିଏଚ ଶକ୍ତି ଦିଗାଲ, ଏବିଇଓ ହରିହର ମଲ୍ଲିକ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋଜ କୁମାର ରଥ ପ୍ରମୁଖ ମଞ୍ଚାସୀନ ଥିଲେ।

ଏହି କାର୍ଯ୍ୟକ୍ରମ କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବିପିଏଚଓ ଡାକ୍ତର ପ୍ରିୟବ୍ରତ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆୟୋଜନ ହୋଇଥିଲା ବେଳେ ବିପିଏମ ଡଃ ମହେନ୍ଦ୍ର ପ୍ରଧାନ, ପିଏଚଇଓ ଅନିତା ନାୟକ,ବାଡା ଅମିର କୁମାର ସାହାଣୀଙ୍କ ସମେତ ସ୍ଵାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ,ସିଏଚଓ, ମହିଳା ସ୍ଵାସ୍ଥ୍ୟ କର୍ମୀ, ଆଶା, ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

No Result
View All Result