ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ନୟାଗଡ଼ ଏନ.ଏ.ସି ହାଇସ୍କୁଲ ପରିସରରେ ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ-୨୦୨୬ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମୋଟ ୩,୦୦,୬୭୮ ଜଣ ଶିଶୁ ଓ କିଶୋର-କିଶୋରୀଙ୍କୁ ଅଲବେଣ୍ଡାଜୋଲ୍ ବଟିକା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆଜି ପ୍ରଥମ ପର୍ଯ୍ୟାୟରେ ହିତାଧିକାରୀମାନଙ୍କୁ ଏହି ଔଷଧ ସେବନ କରାଯାଇଥିବା ବେଳେ,

ଯେଉଁମାନେ କୌଣସି କାରଣବଶତଃ ଆଜି ବଟିକା ଖାଇବାରୁ ବଞ୍ଚିତ ହେବେ, ସେମାନଙ୍କୁ ଆସନ୍ତା ୧୭.୦୮.୨୦୨୬ ରିଖରେ ଅନୁଷ୍ଠିତ ହେବାକୁ ଥିବା ମପ୍-ଅପ୍ (Mop-up) ରାଉଣ୍ଡରେ ସାମିଲ କରାଯାଇ ଔଷଧ ଦିଆଯିବ।ଏହି ଶୁଭାରମ୍ଭ ସମାରୋହରେ ଅତିଥି ଭାବେ ଏଡିପିଏଚ୍ଓ-ଡିସି (ADPHO-DC) ଡକ୍ଟର ନୌସାଦ ଅଲ୍ଲୀ ଖାନ, ଏଡିପିଏଚ୍ଓ-କୁଷ୍ଠ (ADPHO-Leprosy) ଡକ୍ଟର ରଜତ ବେହେରା,















