୧୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :->  ଶ୍ରୀକ୍ଷେତ୍ର ରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାରେ ଶ୍ରଦ୍ଧାଳୁଙ୍କ ଆଗ୍ରହର ପଟାନ୍ତର ନ ଥାଏ।କିବା ଦିନ କିବା ରାତି ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଟିକେ ମହାପ୍ରଭୁଙ୍କ ଦର୍ଶନ କରିଦେଲେ କଟିଯାଏ ତା'ର ପଥ କ୍ଲାନ୍ତି।ସେ ଉଲ୍ଲସିତ ହୁଏ।ଘରକୁ ଫେରିବା ବେଳେ ସ୍ମୃତି ର ମହକ ସ୍ୱରୂପ ଉତ୍କଳ ପ୍ରସଙ୍ଗ ଖଣ୍ଡେ ହାତରେ ନେବାକୁ ଭୁଲେ ନାହିଁ।ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରତ୍ୟେକ ବର୍ଷ ରଥଯାତ୍ରା ଅବସରରେ ପ୍ରକାଶିତ ହୁଏ ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ସ୍ୱତନ୍ତ୍ର ବିଶେଷାଙ୍କ।ତା ସହ ଆମ ସାଂସ୍କୃତିକ ଓ ଐତିହ୍ୟ ର ଚେତନାଧର୍ମୀ ପାରମ୍ପରିକ ଭଜନ ଓ ଜଣାଣର ଭଜନ ପୁସ୍ତିକା।ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ,ଗବେଷକ,

ଲେଖକ, କବିଙ୍କ ରଚନାରେ ସମୃଦ୍ଧ ମହାପ୍ରଭୁଙ୍କ ଦିବ୍ୟ ଚେତନା ର ବର୍ଣ୍ଣନା, ଆଧ୍ୟାତ୍ମିକ ଜାଗରଣ ଓ ସମର୍ପିତ କବିତା ରେ ପରିପୁଷ୍ଟ ହୋଇଛି ।ଚଳିତ ବର୍ଷର କଳେବର ଟି ୩୮୦ ପୃଷ୍ଠା ର ବିଶାଳ ଉତ୍କଳ ପ୍ରସଙ୍ଗ ଟିଏ।ରଥଯାତ୍ରା ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ୧୩ ଗୋଟି ଅସ୍ଥାୟୀ ସୂଚନା କେନ୍ଦ୍ର ମାନଙ୍କ ରେ ଏହି ଉପାଦେୟ ପୁସ୍ତକ ଗୁଡ଼ିକ ବିକ୍ରୟର ବ୍ୟବସ୍ଥା ହୋଇଛି।ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ଦାମ ଖଣ୍ଡ ପ୍ରତି ୫ ଟଙ୍କା ରହିଥିବା ବେଳେ ଭଜନ ପୁସ୍ତିକା ର ଦାମ ୧୦ ଟଙ୍କା ରଖାଯାଇଛି।

ଏତେ କମ ଦାମରେ ଏତେ ସୁନ୍ଦର ଓ ଉପାଦେୟ ପୁସ୍ତକ କେବଳ ସୂଚନା କେନ୍ଦ୍ର ରେ ବିକ୍ରୟ ସମ୍ପର୍କରେ ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କୁହନ୍ତି ଯେ ରାଜ୍ୟ ସରକାର ଏ ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁ ପୁସ୍ତକର ପ୍ରକାଶକ ହୋଇ ଥିଲେ ମଧ୍ୟ ଲେଖା ଗୁଡିକ ମୌଳିକ ଓ ସ୍ୱାଧୀନ ଅଭିବ୍ୟକ୍ତି ର ପରିଚୟ ନେଇ ଆତ୍ମପ୍ରକାଶ କରିଥାଏ।ଅତି ଗରିବ ଲୋକ ଟିଏ ଯେପରି ଏହାକୁ କ୍ରୟ କରି ଓଡିଶା ସମ୍ପର୍କରେ, ମହାପ୍ରଭୁଙ୍କ ସମ୍ପର୍କରେ ଜାଣିପାରିବେ ସେଥିପାଇଁ ଏହାକୁ ମାତ୍ର ୫ ଟଙ୍କାରେ ବିକ୍ରି କରିବାର ବ୍ୟବସ୍ଥା କରାଯାଇଛି।ପ୍ରତ୍ୟେକ ରଥଯାତ୍ରା ରେ ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ପୁସ୍ତକ କ୍ରୟ କରିଥାନ୍ତି ବୋଲି ସେ ସୂଚନା ଦେଇଥିଲେ।