• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୁଁ ଲୋକଙ୍କ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସେବା କରିବା ପାଇଁ ଆପଣମାନେ ମୋତେ ବାଛିଛନ୍ତି : ମୁଁ ୫ବର୍ଷ ମଧ୍ୟରେ ପୁରଣ କରି ଦେଖେଇବି ବୋଲି ଶ୍ରୀ ମାଝୀ

Proprietor Abhimanyu Maharana by Proprietor Abhimanyu Maharana
June 25, 2024
in ଓଡ଼ିଶା, କେନ୍ଦୁଝର, ହୋମ୍
0
ମୁଁ ଲୋକଙ୍କ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସେବା କରିବା ପାଇଁ ଆପଣମାନେ ମୋତେ ବାଛିଛନ୍ତି : ମୁଁ ୫ବର୍ଷ ମଧ୍ୟରେ ପୁରଣ କରି ଦେଖେଇବି ବୋଲି ଶ୍ରୀ ମାଝୀ
Share on FacebookShare on TwitterWhatsapp

ସୁନାର କେନ୍ଦୁଝର ଗଠନ କରାଯିବ, ଦେଶର ୧ନଂ ରାଜ୍ୟରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ।

୨୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କେନ୍ଦୁଝରଗଡ :-> ଝୁମ୍ପୁରାର ବିକାଶ ମୋର ପ୍ରାଥମିକତା ହେବ ମୁଖ୍ୟମନ୍ତ୍ରୀ, କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଚତୁର୍ଥଥର ବିଧାୟକ ନିର୍ବାଚିତ ହେବାପରେ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ୧୧ଦିନ ପରେ ନିଜ ଜିଲା କେନ୍ଦୁଝରକୁ ଦୁଇଦିନିଆ ଗସ୍ତରେ ଆସି ସମ୍ବର୍ଦ୍ଧନା ଗ୍ରହଣ କରିବା ସହ ନିଜ ଲୋକଙ୍କୁ ଭେଟି ଭାବ ବିନିମୟ କରିଛନ୍ତି । ସୋମବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦୁଝରରୁ ହେଲିକେପ୍ଟର ଯୋଗେ ନିଜ ଜନ୍ମଗ୍ରାମ ରାଇକଳାସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା ପରେ ନିଜ ଲୋକଙ୍କୁ ଦେଖି ଭାବବିହ୍ୱଳ ହୋଇ ପଡିଥିଲେ ।

ସେଠାରେ ଅଞ୍ଚଳବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ପରେ ଏକ ବିଶାଳ ରୋଡ ଶୋ’ରେ ଆସି ଦୁର୍ଗତୀନାଶିନୀ ଯୁବ ସଂଘ ଓ ଜିଲା ବିଜେପି ପକ୍ଷରୁ ମିଳିତ ଭାବେ ଝୁମ୍ପୁରା ଦୁର୍ଗା ପଡିଆରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ । ସମ୍ବର୍ଦ୍ଧନା ସଭରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପିଲାବେଳେ ଝୁମ୍ପୁରାରେ ବିତାଇଥିବା ଅତୀତକୁ ସ୍ମରଣ କରି ଭାବ ବିହ୍ୱଳ ହେବାସହ ମୁଁ ଝୁମ୍ପୁରା ଶିଶୁ ମନ୍ଦିରରେ ଗୁରୁଜୀ ଥିବା ସମୟର ଗୁରୁଜୀ ଗୁରୁମା ଅବସରଗ୍ରହଣ କରିଥିବା ବେଳେ ମୁଁ ଶିକ୍ଷାଦାନ କରିଥିବା ଛାତ୍ରଛାତ୍ରୀ ଏବେ ସେହି ବିଦ୍ୟାଳୟରେ ଗୁରୁଜୀ ଗୁରୁମା’ ଭାବେ କାର୍ଯ୍ୟରତ ଥିବା ଜାଣି ବେଶ୍‍ ଖୁସି ଲାଗୁଛି ବୋଲି କହିଥିଲେ ।

ଝୁମ୍ପୁରା ହାଇସ୍କୁଲରେ ୧୯୮୭ ମସିହାରେ ମାଟ୍ରିକ୍‍ ପାସ୍‍ କରିଥିବା ସମୟର ମୁଖ୍ୟମନ୍ତ୍ରୀଙ୍କ ସହପାଠୀ ରୋଡ ଶୋ’ ସମୟରେ ବିଦ୍ୟାଳୟକୁ ପାଛୋଟି ନେଇଥିଲେ। ଗରୀବ ଆଦିବାସୀ ପରିବାରରୁ ଆସି କିଭଳି ଲଢ଼େଇ କରି ବଞ୍ଚିହୁଏ ଆଜି ତାହା ମୁଖ୍ୟମନ୍ତ୍ରୀ ହେବାପରେ ମୋ ଅଞ୍ଚଳବାସୀ ତାହା ପ୍ରମାଣିତ କରି ଦେଖାଇଛନ୍ତି ବୋଲି କହିଥିଲେ । ବିଜେଡି ସରକାର ସମୟରେ ଯେଭଳି ଭାବେ ଅନ୍ୟାୟ ଅତ୍ୟାଚାର ମାତ୍ରାଧିକ ବୃଦ୍ଧି ପାଇ ନିରୀହ ସାଧାରଣ ଜନତା ଷଡଯନ୍ତ୍ରର ଶୀକାର ହୋଇ ସରକାରକୁ ଗାଦିଚ୍ୟୁତ କରିବା ସହ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ଓଡିଶାବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଜ୍ୟରେ ସରକାର ଦାୟିତ୍ୱଗ୍ରହଣ ୨୪ଘଣ୍ଟା ନପୁରୁଣୁ ଯେଭଳି ଭାବେ ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ ସହ ୧୦୦ଦିନ ମଧ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୟୁଣ୍ଟାଲ ପ୍ରତି ୩୧୦୦ଟଙ୍କା, ୧୮ବର୍ଷରୁ ଉର୍ଦ୍ଧ୍ୱ ପ୍ରତ୍ୟେକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । କେନ୍ଦୁଝର ଜିଲାର ବିକାଶ ପାଇଁ ୨୫ହଜାରରୁ ଅଧିକ କୋଟି ଟଙ୍କା ଗଛିତ ଥିବାବେଳେ ଏଥିପାଇଁ ଇଛାଶକ୍ତିର ଅଭାବ ରହିଥିଲା । ଗଛିତ ଅର୍ଥର ସୁବିନିଯୋଗ କରାଯାଇ ସୁନାର କେନ୍ଦୁଝର ଗଠନ ସହ ଓଡିଶାକୁ ଦେଶର ୧ନଂ ରାଜ୍ୟରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ।

ମୁଁ ଲୋକଙ୍କ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସେବା କରିବା ପାଇଁ ଆପଣମାନେ ମୋତେ ବାଛିଛନ୍ତି । ତେଣୁ ବିଗତ ୨୫ବର୍ଷ ଶାସନରେ ଓଡିଶାବାସୀଙ୍କ ସମସ୍ୟାର ସମାଧାନ ଓ ଆଶାକୁ ବିଜେଡି ସରକାର ପୂରଣ କରିବାରେ ବିଫଳ ହୋଇଥିବା ବେଳେ ଆପଣମାନଙ୍କ ସହଯୋଗ ଓ ଆର୍ଶିବାଦ ରହିଲେ ତାହା ମୁଁ ୫ବର୍ଷ ମଧ୍ୟରେ ପୁରଣ କରି ଦେଖେଇବି ବୋଲି ଶ୍ରୀ ମାଝୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ମୁଁ ଏଇ ମାଟିରୁ ବଡ ହୋଇଥିବାରୁ ଝୁମ୍ପୁରାର ବିକାଶ ମଧ୍ୟ ମୋର ପ୍ରାଥମିକତା ହେବ ଏବଂ ଅଞ୍ଚଳବାସୀ ମୋତେ କୌଣସି ସମୟରେ ଭେଟି ନିଜ ସମସ୍ୟା ଓ ଅଞ୍ଚଳର ସାମଗ୍ରିକ ବିକାଶର ପ୍ରସ୍ତାବ ନିଃସଙ୍କୋଚରେ ଉପସ୍ଥାପନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।

ଏପରିକି ସମୟର ସ୍ୱଳ୍ପତା ଦୃଷ୍ଟିରୁ ଇଛା ଥିଲେ ମଧ୍ୟ ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ ଭେଟି ପାରୁନଥିବାରୁ କେହି ମନ ଦୁଃଖ ନକରିବାକୁ ଶ୍ରୀ ମାଝୀ କହିବା ସହ ଭୁବନେଶ୍ୱର ଆସି ଭେଟିବାକୁ ପ୍ରିୟ ଅଞ୍ଚଳବାସୀଙ୍କୁ ନିମନ୍ତ୍ରଣ କରିଛନ୍ତି । ଝୁମ୍ପୁରା ସମ୍ବର୍ଦ୍ଧନା ସଭା ଶେଷ ହେବାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ଜନ୍ମାଟି ରାଇକଳା ଗାଁରେ ପହଞ୍ଚିବା ପରେ ଗ୍ରାମବାସୀ ତାଙ୍କୁ ଏକ ଭବ୍ୟ ସ୍ୱାଗତସମ୍ବର୍ଦ୍ଧନା ଦେଇ ଘରକୁ ପାଛୋଟି ନେବା ପରେ ଘରେ ମଧ୍ୟାହ୍ନଭୋଜନ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଘର ନିକଟରେ ନିର୍ମିିତ ଅସ୍ଥାୟୀ କାର୍ଯ୍ୟାଳୟରେ ଲୋକଙ୍କ ସହ ଭେଟି ଆଲୋଚନା କରିବା ସହ ନିଜ ଲୋକଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଦୁର୍ଗତୀନାଶିନୀ ଯୁବ ସଂଘ ଅଧ୍ୟକ୍ଷ ଇଂ ଦେବବ୍ରତ ବେହେରା, ସଭାପତି ଶଶିଭୁଷଣ ସାହୁ, ଉପସଭାପତି ଅନୁପ ରାମ, ସଂଯୋଜକ ନିର୍ମଳ ବାରିକ ପ୍ରମୁଖ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିଭଳି ବିଭିନ୍ନ ଅନୁଷ୍ଠାନ ଓ ସଙ୍ଗଠନ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଉଛସ୍ୱିର୍ିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ତେଲକୋଇ ବିଧାୟକ ଡାକ୍ତର ଫକୀର ନାୟକ, ପାଟଣା ବିଧାୟକ ଅଖିଳ ଚରଣ ନାଏକ, ଜିଲା ବିଜେପି ସଭାପତି ଅଂଶୁମାନ ସବୁଜମହାନ୍ତବର୍ମା, ଜିଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ଓ ଶୁକଦେବ ମହାନ୍ତ, ବିଜେପି ନେତା ବିବେକାନନ୍ଦ ମହାନ୍ତ, ଅନିଦ୍ୟ ବେହେରାଙ୍କ ସମେତ ବହୁ ନେତା ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଛା ଜଣାଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

March 6, 2026
ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

March 6, 2026
“କଳାକ୍ଷେତ୍ର”ର ରାଜ୍ୟମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଜିଲ୍ଲାରେ “କଳାକ୍ଷେତ୍ର ଗାଁ” ପ୍ରତିଷ୍ଠା ଲାଗି ପ୍ରସ୍ତାବିତ କାର୍ଯ୍ୟକ୍ରମ

“କଳାକ୍ଷେତ୍ର”ର ରାଜ୍ୟମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଜିଲ୍ଲାରେ “କଳାକ୍ଷେତ୍ର ଗାଁ” ପ୍ରତିଷ୍ଠା ଲାଗି ପ୍ରସ୍ତାବିତ କାର୍ଯ୍ୟକ୍ରମ

March 6, 2026
ନିଆଳି ମହାବିଦ୍ୟାଳୟରେ ପ୍ରାଣୀବିଜ୍ଞାନ ବିଭାଗର ବାର୍ଷିକ ସେମିନାର ଅନୁଷ୍ଠିତ

ନିଆଳି ମହାବିଦ୍ୟାଳୟରେ ପ୍ରାଣୀବିଜ୍ଞାନ ବିଭାଗର ବାର୍ଷିକ ସେମିନାର ଅନୁଷ୍ଠିତ

March 6, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

March 6, 2026
ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

March 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version