No Result
View All Result
୧୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ଦିନକୁ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ମୌସୁମୀ ଦୁର୍ବଳ ଯୋଗୁଁ ବୃଷ୍ଟିପାତ ନ ହେବା ଫଳରେ ଉତ୍ତାପ ବୃଦ୍ଧି ଯୋଗୁଁ ଜନ ଜୀବନ ଅସ୍ତ ବ୍ୟସ୍ତ ଲାଗିଲାଣି । ବୋଲଗଡ ବ୍ଲକ ଅଞ୍ଚଳରେ ପ୍ରଚଣ୍ଡ ରୌଦ୍ରତାପ ଏଭଳି ଭାବରେ ବୃଦ୍ଧି ଘଟିଛି ସକାଳ ୮ଟା ବାଜିଲେ ପ୍ରଚଣ୍ଡ ଖରାରେ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି । ଚଳିତ ବର୍ଷ ବିଦ୍ୟାଳୟ ମାନଙ୍କରେ ଗ୍ରୀଷ୍ମ ଅବକାଶ ଛୁଟି କୁ୨୫ ଏପ୍ରିଲ୍ ଠାରୁ ୧୮ଜୁନ ଗ୍ରୀଷ୍ମ ଛୁଟି ଘୋଷଣା କରାଯାଇଛି ।
ଛୁଟି ସରିବାକୁ ବସିଥିବା ବେଳେ କମ ବୃଷ୍ଟି ପାତ ଯୋଗୁଁ ତାପମାତ୍ରା କମିବାର ନାହିଁ । ବିଦ୍ୟାଳୟ ଗଣଶିକ୍ଷା ପକ୍ଷରୁ ଚଳିତ ମାସ ୧୮ ତାରିଖରେ ବିଦ୍ୟାଳୟ ଖୋଲିବା ପାଇଁ ସରକାରୀ ନିର୍ଦ୍ଦେଶ ନାମା ଜାରି ହୋଇଛି । କୁନି କୁନି ପିଲା ମାନେ ପ୍ରଚଣ୍ଡ ରୌଦ୍ରତାପରେ କିଭଳି ଭାବରେ ପାଠପଢ଼ିବେ ଚିନ୍ତାରେ ଅଭିଭାବକ । ତେଣୁ ତୁରନ୍ତ ଓଡ଼ିଶା ରାଜ୍ୟ ସରକାର କୋମଳ ମତି କୁନିକୁନି ପିଲାମାନଙ୍କର ଶାରୀରିକ ସ୍ବାସ୍ଥ୍ୟ ସୁରକ୍ଷା ନିମନ୍ତେ ଗ୍ରୀଷ୍ମ ଅବକାଶ ଛୁଟି ବୃଦ୍ଧି କରିବା ପାଇଁ ଅଭିଭାବକ ମାନେ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଗଣ ଶିକ୍ଷାବିଭାଗ ମନ୍ତ୍ରୀଙ୍କୁ ଅନୁରୋଧ କରିଅଛନ୍ତି ।
No Result
View All Result