• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଓଡିଶାରେ ଶାସନର ତୁରନ୍ତ ପରିବର୍ତ୍ତନ ହେବା ଆବଶ୍ୟକ : ପୁରନ୍ଦର ମିଶ୍ର

Proprietor Abhimanyu Maharana by Proprietor Abhimanyu Maharana
May 28, 2024
in Uncategorized
0
ଓଡିଶାରେ ଶାସନର ତୁରନ୍ତ ପରିବର୍ତ୍ତନ ହେବା ଆବଶ୍ୟକ : ପୁରନ୍ଦର ମିଶ୍ର
Share on FacebookShare on TwitterWhatsapp

୨୭ମେ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୂବନେଶ୍ୱର :->  ଓଡିଶାକୁ ନବୀନ ପଟ୍ଟନାୟକ ଓ ଭି.କେ.ପାଣ୍ଡିଆନ ମିଳିତ ଭାବେ ଲୁଟି ଚାଲିଥିବା, ଓଡ଼ିଶା ନିର୍ବାଚନ ପାଇଁ ଛତିଶଗଡ଼ ରାଜ୍ୟ ବିଜେପି ପକ୍ଷରୁ ନିଯୁକ୍ତ ସହ-ପ୍ରଭାରୀ ଏବଂ ରାୟପୁର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ର ଅଭିଯୋଗ କରିଛନ୍ତି। ପଟ୍ଟନାୟକ ଓ ପାଣ୍ଡିଆନ ଯୋଡ଼ି ପ୍ରାକୃତିକ ସମ୍ପଦରେ ଭରପୁର ଓଡିଶାକୁ ସବୁ କ୍ଷେତ୍ରରେ ହରିଲୁଟ କରି କାଙ୍ଗାଳ ବନାଇ ଦେଇଥିବା ଶ୍ରୀ ମିଶ୍ର କ୍ଷୋଭର ସହିତ ପ୍ରକାଶ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ସପକ୍ଷରେ ପ୍ରଚାର କରିବା ଅଵସରରେ ଶ୍ରୀ ମିଶ୍ର ଏହିପରି ଆକ୍ଷେପ କରିଛନ୍ତି। ନିରୀହ ଓଡ଼ିଶା ବାସୀଙ୍କୁ ପଟ୍ଟନାୟକ-ପାଣ୍ଡିଆନ ଧୋକା ଦେଇଥିବା ସେ କହିଛନ୍ତି।ଓଡ଼ିଶାର ଲୁଣ୍ଠନକାରୀ ପଟ୍ଟନାୟକ-ପାଣ୍ଡିଆନ ଯୋଡ଼ିକୁ ଚଳିତ ନିର୍ବାଚନରେ ଉଚିତ ଶାସ୍ତି ପ୍ରଦାନ କରି କ୍ଷମତାରୁ ହଟାଇ ଦେବା ପାଇଁ ପୁରନ୍ଦର ମିଶ୍ର ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି।

ପଟ୍ଟନାୟକ-ପାଣ୍ଡିଆନଙ୍କର ଅପାରଗତା ଫଳରେ ଓଡ଼ିଶାରେ କଳକାରଖାନା ବନ୍ଦ ହୋଇଯିବା କାରଣରୁ ରାଜ୍ୟର ଯୁବ ସମ୍ପ୍ରଦାୟ ବାହାରକୁ ପଳାୟନ କରୁଛନ୍ତି ବୋଲି ଶ୍ରୀ ମିଶ୍ର ଦର୍ଶାଇଛନ୍ତି।ଓଡ଼ିଶା ମଧ୍ୟରେ ସାଢ଼େ ଚାରି କୋଟି ଲୋକ ରହୁଥିବା ବେଳେ ରାଜ୍ୟ ବାହାରେ ପ୍ରାୟ ଦୁଇ କୋଟି ପ୍ରବାସୀ ଓଡ଼ିଆ ରହିଛନ୍ତି। ଛତିଶଗଡ଼ରେ ବସବାସ କରୁଥିବା ୩୫ଲକ୍ଷ ଓଡ଼ିଆ ବିଶେଷ କରି ଓଡ଼ିଶାର ଗଜପତି, ଟିଟିଲାଗଡ଼ ଓ ବଲାଙ୍ଗୀର ଜିଲ୍ଲାରୁ ହିଁ ଯାଇଥିବା ସେ ସୁଚାଇଛନ୍ତି। ଏଭଳି ବ୍ୟାପକ ପଳାୟନକୁ ରୋକିବା ଏବଂ ରାଜ୍ୟ ମଧ୍ୟରେ ଏହାର ଅଧିବାସୀମାନଙ୍କ ପାଇଁ ଉପଯୁକ୍ତ ଭାବେ ନିଯୁକ୍ତିର ସୁବିଧା ଉପଲବ୍ଧ କରିବା ପାଇଁ ଓଡ଼ିଶାବାସୀ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା କରିବାକୁ ଶ୍ରୀ ମିଶ୍ର ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟାଳୟକୁ ଅଧାଅଧି ଓଡ଼ିଆ ଅଧିକାରୀ ସମ୍ଭାଳୁଥିବା ସୁଚାଇ, ଓଡ଼ିଶାରେ ପ୍ରତିଭା ଓ ପାରଦର୍ଶିତାର କୌଣସି ଅଭାବ ନଥିବା ସେ ସ୍ପଷ୍ଟ କରିଦେଇଥିଲେ। ଓଡ଼ିଶାର ପଟ୍ଟନାୟକ-ପାଣ୍ଡିଆନ ସରକାର ରାଜ୍ୟବାସୀଙ୍କର ବୌଦ୍ଧିକତାର ସଦୁପଯୋଗ କରିବାରେ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଥିବା ନେଇ ଶ୍ରୀ ମିଶ୍ର ଗଭୀର ଉଦବେଗ ପ୍ରକାଶ କରିଥିଲେ।

ବଲାଙ୍ଗୀରର ବଜାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଞ୍ଚାଲଙ୍କା ଦର ୪୦/- ଟଙ୍କା ଓ ଶୁଖିଲା ଲାଲ ଲଙ୍କା ଦର ୮୦/- ଟଙ୍କା ବୋଲି ଜାଣିବା ପରେ ସେଠାକାର ସରକାରୀ କର୍ମକର୍ତ୍ତାମାନଙ୍କୁ ଲାଲ ଲଙ୍କା ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ଉଲ୍ଲେଖ କରି ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କର ମୂର୍ଖାମୀକୁ କଡ଼ା ସମାଲୋଚନା କରିଥିଲେ। ପାଖାପାଖି ୨୫ ବର୍ଷ ହେଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ସୁଦ୍ଧା ନବୀନବାବୁ ଓଡ଼ିଆ କହିପାରୁ ନଥିବା କଥା ତାଙ୍କର ଓଡ଼ିଆ ଭାଷା ପ୍ରତି ଘୃଣାଭାବ ତଥା ଓଡ଼ିଶାର ଅସ୍ମିତା ଉଦ୍ଦେଶ୍ୟରେ ଅସମ୍ମାନର ସ୍ଵାକ୍ଷର ବହନ କରୁଥିବା ଶ୍ରୀ ମିଶ୍ର କହିଥିଲେ। ଅପରପକ୍ଷରେ ସେ ନିଜେ ୪୦ବର୍ଷ ହେଲା ଛତିଶଗଡ଼ରେ ରହୁଥିଲେ ମଧ୍ୟ ସ୍ପଷ୍ଟ ଭାବରେ ଓଡ଼ିଆ ଉଚ୍ଚାରଣ କରୁଥିବା ପୁରନ୍ଦର ମିଶ୍ର ସୁଚାଇଥିଲେ।

ତାମିଲନାଡୁର ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଦପ୍ତରକୁ ଚଳାଇବାର ସୁଯୋଗ ଦେଇ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହତାଦର କରୁଥିବାରୁ ରାତି ୮ଟା ପରେ ରାଜ୍ୟର ଜନସାଧାରଣଙ୍କ ପାଇଁ ତାଙ୍କର ଦ୍ୱାର ବନ୍ଦ ହୋଇଯାଉଥିବା ଶ୍ରୀ ମିଶ୍ର ପ୍ରକାଶ କରିଥିଲେ।ଓଡ଼ିଶାର ସଂସ୍କୃତି ଓ ସଭ୍ୟତାର ପ୍ରତୀକ ଧୋତି ପିନ୍ଧିବା ବଦଳରେ ମୁଖ୍ୟମନ୍ତ୍ରୀ ଲୁଙ୍ଗି ପିନ୍ଧୁଛନ୍ତି ବୋଲି ସେ କହିଥିଲେ। ବର୍ତ୍ତମାନ ନବୀନବାବୁ ଗୃହବନ୍ଦୀ ସାଜିବା ସାଙ୍ଗକୁ ପୋଷା ଶୁଆ ପରି ପାଣ୍ଡିଆନ ଯାହା ଇଙ୍ଗିତ କରୁଛନ୍ତି ,ତାହା କରିବା ବା କହିବା ଅତ୍ୟନ୍ତ ଲଜ୍ଜ୍ୟାଜନକ ଘଟଣା ବୋଲି ଶ୍ରୀ ମିଶ୍ର ସୂଚାଇଛନ୍ତି। ବହୁତ ଦିନ ଧରି ପୋଖରୀରେ ପାଣି ବଦଳା ନଗଲେ ଏହା ଯେପରି ଦୂଷିତ ହୋଇଯାଇଥାଏ, ଓଡ଼ିଶା ସରକାରଙ୍କର ବର୍ତ୍ତମାନ ସେହିପରି ଦଶା ହୋଇଥିବା ଦର୍ଶାଇ ରାଜ୍ୟରେ ତୁରନ୍ତ ପଟ୍ଟନାୟକ-ପାଣ୍ଡିଆନ ଶାସନର ପରିବର୍ତ୍ତନ ଆଣିବା ପାଇଁ ଶ୍ରୀ ମିଶ୍ର ଆଗ୍ରହ ପ୍ରକାଶ କରିଛନ୍ତି। ପୁରନ୍ଦର ମିଶ୍ର ଓଡ଼ିଶାର ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ସମ୍ବଲପୁର, ବରଗଡ, ବଲାଙ୍ଗୀର, ସୁନ୍ଦରଗଡ଼, ଭୁବନେଶ୍ୱର, ପୁରୀ, ଭଦ୍ରକ ଏବଂ କେନ୍ଦ୍ରାପଡା ଆଦି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଇଲାକାରେ ବିଜେପିର ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କ ପାଇଁ ଗତ ୨୦ ଦିନ ହେଲା ତୋଫାନୀ ପ୍ରଚାର ଚଳାଇଥିବା ଜଣାଯାଇଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

March 9, 2026
ବଲାଙ୍ଗିର ରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ

ବଲାଙ୍ଗିର ରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ

March 9, 2026
AIG Hospitals Launches South India’s First ZAP-X®️ Gyroscopic Neuro-Radiosurgery Platform, Transforming Brain Tumor Treatment into a Non-Invasive Day-Care Procedure

AIG Hospitals Launches South India’s First ZAP-X®️ Gyroscopic Neuro-Radiosurgery Platform, Transforming Brain Tumor Treatment into a Non-Invasive Day-Care Procedure

March 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

March 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version