No Result
View All Result
୧୬ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାୟପୁର ନଗର ଉତ୍ତରର ବିଧାୟକ ଏବଂ ଓଡ଼ିଶା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ସହପ୍ରଭାରୀ ପୁରନ୍ଦର ମିଶ୍ର ପଶ୍ଚିମ ଓଡ଼ିଶାରେ ଦଳୀୟ ପ୍ରାର୍ଥୀ ମାନଙ୍କ ପାଇଁ ତୋଫାନୀ ପ୍ରଚାରରେ ଲାଗିଥିବା ଜଣାଯାଇଛି।ଶ୍ରୀ ମିଶ୍ର ସମ୍ବଲପୁରର ରେଙ୍ଗାଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଠେମରା ଓ ଡୁଙ୍ଗୁରିପଡା ଠାରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେଇ ଲୋକସଭା ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଧାନସଭା ପ୍ରାର୍ଥୀ ନାଉରି ନାୟକଙ୍କ ସପକ୍ଷରେ ବିପୁଳ ସଂଖ୍ୟାରେ ଭୋଟଦାନ କରିବାକୁ ନିବେଦନ କରିଥିଲେ। ବିଜୁ ଜନତା ଦଳର ସରକାର ଦୀର୍ଘ ୨୪ ବର୍ଷ କାଳ ଶାସନ କରିବା ପରେ ମଧ୍ୟ, ଏଠାକାର ଗ୍ରାମବାସୀମାନଙ୍କ ପାଇଁ ଶୌଚାଳୟ ନଥିବା ଏବଂ ସ୍ନାନ କରିବା ସକାଶେ ପାଣିର ଘୋର ସଙ୍କଟ ରହିଥିବା ବିଷୟ ଲୋକମାନେ ଅଭିଯୋଗ କରିଥିଲେ। ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ହେଲେ ତୁରନ୍ତ ଗ୍ରାମବାସୀମାନଙ୍କର ଏହି ମୌଳିକ ସମସ୍ୟା ଗୁଡିକ ସମାଧାନ କରାଯିବ ବୋଲି ଶ୍ରୀ ମିଶ୍ର ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ।
ଓଡ଼ିଶା ପ୍ରାକୃତିକ ପ୍ରାଚୁର୍ୟ୍ଯରେ ଭରପୁର ହୋଇଥିଲେ ସୁଦ୍ଧା ଶାସକ ବିଜେଡି ସରକାର ଗରିବୀ ଓ ବେକାରୀ ସମସ୍ୟାକୁ ଦୂର କରିବା ପାଇଁ କିଛି କରିନଥିବା ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ। ରାଜ୍ୟର ଅସ୍ମିତା ବର୍ତ୍ତମାନ ବିପଦାପନ୍ନ ହୋଇଥିବା ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ। ବିଜେପି ସରକାର କ୍ଷମତାକୁ ଆସିଲେ ଧାନ କ୍ୱିଣ୍ଟାଲ ପିଛା ୩୧୦୦/ଟଙ୍କା, ମହିଳାମାନଙ୍କୁ ସୁଭଦ୍ରା ଯୋଜନା ଅଧୀନରେ ମାସକୁ ୩୦୦୦/- ଟଙ୍କା ଏବଂ ରାଜଧାନୀ ଭୁବନେଶ୍ୱରରୁ ରାଜ୍ୟର ଦୂରଦୁରାନ୍ତ ଅଞ୍ଚଳ ଗୁଡିକୁ ପ୍ରାୟ ୭୫ହଜାର କିଲୋମିଟର ଦୀର୍ଘ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ରାସ୍ତା ନିର୍ମାଣ କରି ସଂଯୋଗ କରାଯିବ ବୋଲି ଶ୍ରୀ ମିଶ୍ର ଘୋଷଣା କରିଥିଲେ।ଏହି ସଭାରେ ବିଜେପିର ବରିଷ୍ଠ ନେତ୍ରୀ ନିବେଦିତା ନାୟକ ମଧ୍ୟ ଉଦବୋଧନ ଦେଇଥିଲେ I
ବରଗଡ଼ ଲୋକସଭା ଅନ୍ତର୍ଗତ ଭଟଲିଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରି ଶ୍ରୀ ମିଶ୍ର, ଓଡ଼ିଶାରେ ଏବେ ପରିବର୍ତ୍ତନର ଲହରୀ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଥିବା ପ୍ରକାଶ କରିଥିଲେ। ନରେନ୍ଦ୍ର ମୋଦୀଙ୍କୁ ଦେଶର ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ବନାଇବାକୁ ଓଡ଼ିଶାବାସୀ ଇଛୁକ ଥିବା ସେ ସୁଚାଇଥିଲେ।ବିଜେପିର ଘୋଷଣା ପତ୍ରକୁ ଲୋକମାନେ ବେଶ ପସନ୍ଦ କରୁଥିବା ଶ୍ରୀ ମିଶ୍ର ଜଣାଇଥିଲେ। ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ ଏହି ସଭାରେ ସାମିଲଥିବା ବିଧାନସଭା ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କୁ ଜୟଯୁକ୍ତ କରିବାକୁ ପୁରନ୍ଦର ମିଶ୍ର ଉପସ୍ଥିତ ଥିବା ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ସଭାରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ସାରଂଗଡ଼ର ପୂର୍ବତନ ବିଧାୟକ କେରାଭାଇ ମନହର,ମହାସମୁନ୍ଦର ପ୍ରାକ୍ତନ ଜିଲ୍ଲା ପରିଷଦ ସଭାପତି ଛତର ସିଂହ ନାୟକ ଏବଂ ସରାଇପାଲିର କର୍ପୋରେଟର ସ୍ୱରଣ ସିଂହ ସାଲୁଜା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।
No Result
View All Result