No Result
View All Result
୩୦ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ର କର୍ପୋରେଟର ମମତା ମହାନ୍ତି ଆଜି ସନ୍ଧ୍ୟାରେ ନୂଆ କାଚରାମାଳ ଗ୍ରାମର ରାଉତାଣୀ ମନ୍ଦିର ନିକଟକୁ ୱ।ର୍ଡ଼ର ମହିଳା ମାନଙ୍କୁ ଡାକି ସେମାନଙ୍କ ସାହିର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।
ଉପସ୍ଥିତ ମହିଳା ମାନେ ବିଶେଷକରି ଡ୍ରେନ ସମସ୍ୟ ଯୋଗୁଁ ସେମାନଙ୍କ ସାହି ରାସ୍ତାରେ ବର୍ଷା ଦିନେ ବର୍ଷା ପାଣି ଜମି ରହୁଥିବାରୁ ଏହାର ପ୍ରତିକାର କରାଯିବା ପ୍ରତି ଦୃଷ୍ଟି ଦିଆଯାଉ । ସେହିପରି ପ୍ରତ୍ୟେକ ଘରକୁ ପିଇବା ପାଣି ପାଇପ ସଂଯୋଗ କରାଯିବା ନେଇ ଜଳସାଥି ୫ଶହରୁ ୧୦୦୦ ଟଙ୍କା ନେଇ ପାଇପ କନେକ୍ସନ ଦେବା ।
ପ୍ରତ୍ୟେକ ମହିଳା ଗୋଷ୍ଠୀଙ୍କୁ ମୁକ୍ତା ଯୋଜନାରେ କାମ ଯୋଗାଇଦେବା ଆଦି ବିଷୟରେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ମହିଳା ସେମାନଙ୍କର ସମସ୍ୟା ସଂକ୍ରାନ୍ତରେ ସିଧାସଳଖ ତାଙ୍କ ସହ ଆଲୋଚନା କରିବା ପାଇଁ ଉପସ୍ଥିତ ମହିଳା ମାନଙ୍କୁ କହିଥିଲେ । ଉକ୍ତ ୱାର୍ଡର ବିଭିନ୍ନ ଗ୍ରାମରେ ରାସ୍ତାକାର୍ଯ୍ୟ, ଲାଇବ୍ରେରୀ , ଆଦି କାର୍ଯ୍ୟ ବାବଦରେ ୩ କୋଟି ଟଙ୍କା ବ୍ୟୟ କରାଯାଇଛି ବୋଲି କହିଥିଲେ ।
No Result
View All Result