୧୯ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭୁବନେଶ୍ୱର ମହାନଗର ନିଗମ ୪ ନମ୍ବର ୱ।ର୍ଡ଼ ପାହାଳ ଗ୍ରାମର ଅଧିଷଷ୍ଠାତ୍ରୀ ଦେବୀ ମା, ନାରାୟଣୀ ଚଣ୍ଡୀଙ୍କ ପୀଠରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଭାଗବତ ମେଳଣ, ଅଷ୍ଟମ ପ୍ରହର ନାମଯଞ ଏବଂ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି । ପାହାଳ ଗ୍ରାମ ଉନ୍ନୟନ କମିଟି ଏବଂ ଗ୍ରାମ ବାସୀଙ୍କ ସହଯୋଗରେ ଏହି ଉତ୍ସବ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ।

ଭାଗବତ ଗୋସାଇଁଙ୍କୁ ସୁସଜ୍ଜିତ ବିମାନରେ ବସାଇ ବାଜା ବାଣ ରୋଷଣୀ କରି ଗ୍ରାମ ପରିକ୍ରମା କରି ସାରିବା ପରେ , ଭୋର ସମୟରେ ମା, ନାରାୟଣୀ ଚଣ୍ଡୀଙ୍କ ମନ୍ଦିର ରେ ପହଞ୍ଚିଥିଲା । ବୁଧବାର ଦିନ ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରିଥିଲେ । ଗୁରୁବାର ଦିନ ଅଷ୍ଟମ ପ୍ରହର ଅଧିବାସ ଅନୁଷ୍ଠିତ ହୋଇ ଶୁକ୍ରବାର ଦିବାରାତ୍ର ଅଷ୍ଟମପ୍ରହର ନାମ ସଂକୀର୍ତ୍ତନ କାର୍ଯ୍ୟ ଚାଲିଥିଲା ।

ଶନିବାର ଦିନ ନଗର କୀର୍ତ୍ତନ କରାଯିବା ପରେ ରବିବାର ଦିନ ଭାଗବତ ଗୋସାଇଁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହେବ । ମେ ୪ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ଇନ୍ଦ୍ରଭୁବନ ଯାତ୍ରା ପାର୍ଟି ଅପେରା ପରିବେଷଣ କରିବାର କାର୍ଯ୍ୟକ୍ରମ ରହି । ଉକ୍ତ କାର୍ଯ୍ୟକୁ ଗ୍ରାମ୍ୟ କମିଟିର ସଭାପତି,ସଂପାଦକ ,ସମସ୍ତ ସଦସ୍ୟ ଏବଂ ଗ୍ରାମର ଯୁବକମାନେ ସୂଚାରୁ ରୂପେ ପରିଚାଳନା କରିଥିଲେ ।