No Result
View All Result
୯ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ବୋଲଗଡ଼ :-> ବୋଲଗଡ଼ ବ୍ଲକ ଅନ୍ତର୍ଗତ ବାଂକୋଇ ଗ୍ରାମ ବାସୀମାନଙ୍କ ମିଳିତ ଆବାହକତ୍ୱରେ ମା ” ରାମଚଣ୍ଡୀଙ୍କ ତିନିଦିନ ଧରି ଚାଲିଥିବା ପଞ୍ଚଦଶ ବାର୍ଷିକ ଓ ସପ୍ତଚଣ୍ଡୀ ଯଜ୍ଞ ଉତ୍ସବ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଅଛି. ପ୍ରଥମ ଦିବସରେ ମୁଖ୍ୟ ପୁରୋଧl ବିଶ୍ୱନାଥ ରାୟଗୁରୁ, ପୁରୋଧl ରମେଶ କର, ଭବାନୀଶଙ୍କର ମିଶ୍ର, ଲଷ୍ମୀଧର ପ୍ରହରାଜ ପ୍ରମୁଖଙ୍କ ମିଳିତ ଆବାହନରେ ଅଧିବାସ, ଅଙ୍କୁରା ରୋପଣ,
ଦ୍ୱିତୀୟ ଦିବସରେ କଳସ ଯାତ୍ରା, ଶାଲାପୂଜା, ଅଗ୍ନି ସ୍ଥାପନ ଓ ତୃତୀୟ ଦିବସରେ ସୂର୍ଯ୍ୟ ପୂଜା, ଗୋପୁଜା, ସମସ୍ତ ଦେବlଦେବୀ ଆବାହନୀ ପୂଜା ଅନୁଷ୍ଠିତ ହୋଇଥିଲା. ଏହି ବିଶ୍ଵାଶାନ୍ତି ମହା ଯଜ୍ଞରେ ବାଂକୋଇ ଗ୍ରାମପଞ୍ଚାୟତର ବହୁ ଜନସାଧାରଣ ଓ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଇ ନିଜ ପରିବାରର ଓ ବିଶ୍ୱର କଲ୍ୟାଣ ନିମନ୍ତେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ.
ଏହି କାର୍ଯ୍ୟକ୍ରମକୁ ଭୀମସେନ ବିଶ୍ୱାଳ, ଗୋପୀନାଥ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ଉତ୍ତରକବାଟ, ବସନ୍ତ କୁମାର ଉତ୍ତରକବାଟ,ମାୟାଧର ବିଶ୍ୱାଳ ବିରଞ୍ଚିନାରାୟଣ ଉତ୍ତରକବାଟ ଓ ଜନାର୍ଦ୍ଦନ ପୃଷ୍ଟିଙ୍କ ସମେତ ବହୁ ଯୁବଗୋଷ୍ଠୀ ମିଳିତ ଭାବେ ସହଯୋଗକାରୀ ପରିଚାଳନା କରିଥିଲେ. ! ରାମ ଚଣ୍ଡୀ ମନ୍ଦିର ପରିଚାଳନା କମିଟି ତରଫରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା. ବିଶ୍ଵାଶାନ୍ତି ଯଜ୍ଞସ୍ଥଳରେ ବାଂକୋଇ ଫାଣ୍ଡି ପୋଲିସ ବାହିନୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳ ରକ୍ଷା କରିଥିଲେ.
No Result
View All Result