No Result
View All Result
୪ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଆର.ଉଦୟଗିରି :-> ଗଜପତି ମଙ୍ଗଳବାର,ବିପଦର ବନ୍ଧୁ ଆର,.ଉଦୟଗିରି(ଶାଖା),ଗଜପତି ଓ ଆର,.ଉଦୟଗିରି ଗ୍ରାମ ପଞ୍ଚାୟତ ଏବଂ ଓଡ଼ିଶାର ସର୍ବବୃହତ୍ତ ଚକ୍ଷୁ ଚିକିତ୍ସାଳୟ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମଟି ଆର.ଉଦୟଗିରି ଗ୍ରାମ ପଞ୍ଚାୟତ ନିକଟସ୍ଥ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ କରାଯାଇଅଛି. ଉକ୍ତ ଶିବିରକୁ ଶ୍ରୀଯୁକ୍ତ ଲରୀମାନ ଖର୍ସେଲ (ବି.ଡି. ଓ.) ମୁଖ୍ୟ ଅତିଥି ଓ ଶ୍ରୀଯୁକ୍ତ ଶିବରାମ ପତ୍ରା ଶିଳ୍ପପତି,ଶ୍ରୀଯୁକ୍ତ ଗିରିଜା ଶଙ୍କର ନାୟକ ଉପ-ସଭପତି ବଣିକ ସଂଘ ସମ୍ମାନନୀୟ ଅତିଥି ଭାବେ ଉଦଘାଟନ କରିଥିଲେ |
ଶିବିରରେ ବିପଦର ବନ୍ଧୁ ଆର.ଉଦୟଗିରି(ଶାଖା),ଗଜପତିର ସଦସ୍ୟଗଣ ଯଥା ଆଲୋକ କୁମାର ଦଳାଇ, କୃଷ୍ଣଚନ୍ଦ୍ର ମିଶ୍ର, ବନ୍ଦନ କୁମାର ପାଇକ, ବଳରାମ କାର୍ଜୀ, ନିରଞ୍ଜନ ବେହେରା, ପପୁ ମାଳଦଣ୍ଡସେନା, ସନ୍ତୋଷ କୁମାର ଦଳାଇ, ରାଜକୁମାର କାର୍ଜୀ ଓ ବିପଦର ବନ୍ଧୁ ଅଡବା (ଶାଖା) ସନ୍ତୋଷ କୁମାର ସାହୁ, ଜଗନ୍ନାଥ କୁମାର ଏବଂ ଆର.ଉଦୟଗିରି ସମସ୍ତ ଗ୍ରାମବାସୀ,ସମାଜସେବୀମାନେ ଉପସ୍ଥିତ ହୋଇ ଦ୍ବୀପପ୍ରଜ୍ବଳନ ସହ କାର୍ୟକ୍ରମ ଆରମ୍ଭ କରିଥିଲେ. ଏଥିରେ ସମସ୍ତ ପ୍ରକାର ଚକ୍ଷୁ ର ପରୀକ୍ଷା ନିଃଶୁଳ୍କ କରାଯାଇଥିଲା |
ମୋଟ ୧୧୯ ଜଣ ଙ୍କର ଚକ୍ଷୁ ପରୀକ୍ଷା କରଗଲା. ମୋଟ ୩୦ ଙ୍କୁ ଚସମା ଦିଆ ଗଲା, ମୋଟ ୫୫ ଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଗଲା ଓ ୩୫ ଜଣ ଙ୍କୁ ଅସ୍ତ୍ର ପଚାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ହସ୍ପିଟାଲ୍ କୁ ଗଲେ. ୦୯ ଜଣ ଙ୍କର ରେଟିନା ଚେକ ଅପ କରଗଲା. ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଷ୍ଟାଫ୍ ଶ୍ରୀ ନଳିନୀ କାନ୍ତ ରାଉତ (କ୍ୟାମ୍ପ ମ୍ୟାନେଜର), ଶ୍ରୀ ସାଗର ମହାନ୍ତି (ଚିଫ ଅପଟୋମେଟ୍ରିଷ୍ଟ), ମିସ ମେଶ୍ଳୋନି ଶବର , ମିସ ମିନି ମାଝୀ (ଚକ୍ଷୁ ଟେକ୍ନିସିଆନ) ଓ ଶ୍ରୀ ଈପିଲି ସାକିଲି, ଶ୍ରୀ ସମୀର କୁମାର ଶିବିରକୁ ପରିଚାଳନା କରିଥିଲେ.
No Result
View All Result