୩୧ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) କଟକ :-> କଟକ ସଦର ଥାନା ନିକଟସ୍ଥ ଡାହାଳିଆବାଗ ଗ୍ରାମର ଶ୍ରୀଗୋପାଳ ଜୀଉଙ୍କ ପୀଠରେ ୨୩ ତାରିଖଠାରୁ ଆରମ୍ଭ ହୋଇଥିବା ଶ୍ରୀମଦ୍ ଭାଗବତ କଥାମୃତ ୩୧ ତାରିଖ ରାତିରେ ଉଦଯାପିତ ହୋଇଛି । ଶ୍ରୀଗୋପାଳ ଜୀଉ ପରିଚାଳନା କମିଟି ଓ ଡାହାଳିଆବାଗ ଗ୍ରାମ ବାସୀଙ୍କ ତରଫରୁ ଦୀର୍ଘ ପାଞ୍ଚଦିନଧରି ଚାଲିଥିବା ଶ୍ରୀମଦ୍ ଭଗବତ କଥାମୃତ ବିଷୟରେ ସଦ୍ ଗୁରୁ ବାବା ଅମୃତାନନ୍ଦ ଦାସ ମହାରାଜ ଯୋଗ ଦେଇ ଆଧ୍ୟାତ୍ମିକ ଧର୍ମ ଉପରେ ସୁନ୍ଦର ପ୍ରବଚନ ଦେଇଥିଲେ .
ପ୍ରବଚକ ବାବା ଅମୃତାନନ୍ଦ ଦାସ ମହାରାଜ କହିଲେଯେ, ଆଜିର ସମାଜରେ ଦିନକୁଦିନ ମଣିଷ ସ୍ୱାର୍ଥପର , ଅହଙ୍କାରୀ ହୋଇଯାଉଥିଲା ବେଳେ ଈଶ୍ୱରଙ୍କ ପ୍ରତି ଭକ୍ତି ଭାବ କମିକମି ଯାଉଛି । ସମାଜରେ ଜଣେ ଭଲ ମଣିଷ ହେବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସ୍ୱାର୍ଥପର, ଅହଙ୍କାରୀ ପ୍ରବୃତ୍ତିକୁ ତ୍ୟାଗ କରି ଈଶ୍ୱର ଧର୍ମ ମାର୍ଗି ହେବାକୁ ପରାମର୍ଶ ଦେଇଥିଲେ ।
ଗୋପାଳ ଜୀଉ ଉନ୍ନୟନ ପରିଷଦର ସଭାପତି ସୁଶାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ କର୍ପୋରେଟର କୌଶିକ ଜେନା, ପୂର୍ବତନ କର୍ପୋରେଟର ରାଜକୁମାରୀ ସ୍ୱାଇଁ, ଡାହାଳିଆବାଗ ଗ୍ରାମ୍ୟ କମିଟିର ସଭାପତି ରବିନ୍ଦ୍ର ନାଥ ସ୍ୱାଇଁ, କଟକ ନଗର ମହିଳା ବିଜୁ ଜନତା ଦଳର ସଂପାଦିକା ଶିବାନୀ ଜେନା ,
ରଘୁ ପ୍ରସାଦ ଶତପଥୀ, ପ୍ରହଲ୍ଲାଦ କର,ଗଣନାଥ ଦାସ, ଦିଲ୍ଲୀପ କୁମାର ସ୍ୱାଇଁ, ନଳୀନକାନ୍ତ ସେନାପତି,ପ୍ରମୁଖ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତକରାଯାଇଥିଲା । ଗୋପାଳ ଜୀଉ ମନ୍ଦିର ପରିଚାଳନା କମିଟି ଏବଂ ଡାହାଳିଆବାଗ ଗ୍ରାମ ବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୂଚାରୁ ରୂପେ ପରିଚାଳନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କର୍ମକର୍ତ୍ତା ବାବୁରାମ ମହାନ୍ତି, ରବିନ୍ଦ୍ର ମହାନ୍ତି, ଅବିନାଶ ମହାନ୍ତି, ଲକ୍ଷ୍ମୀଧର ମହାନ୍ତି,ସାର୍ଥକ ମହାନ୍ତି,ପୂର୍ଣ୍ଣ ଚନ୍ଦ୍ର ମହାନ୍ତି,ବିଷ୍ଣୁ ପ୍ରସାଦ ମହାନ୍ତି,
ପ୍ରଭଞନ ମହାନ୍ତି, ଅନିଲ ମହାନ୍ତି,ନିହାର ରଞ୍ଜନ ମହାନ୍ତି, ସଚୀକାନ୍ତ ମହାନ୍ତି,ଲିଟୁ ମହାନ୍ତି, ପୂର୍ବତନ କର୍ପୋରେଟର କୌଶିକ ଜେନା, ଗଣନାଥ ଦାସ, ସୁମନ୍ତ ରାଉତ, ଗ୍ରାମ୍ୟ କମିଟିର ସଭାପତି, ସଂପାଦକ ,ଗୋପାଳ ଜୀଉ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ, ଗ୍ରାମବାସୀ ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଧୁମଧାମରେ ପାଳନ କରାଯାଇଥିଲା । ଏହି ପ୍ରବଚନ କାର୍ଯ୍ୟକ୍ରମ ଶୁଣିବା ପାଇଁ ପ୍ରତ୍ୟେହ ସନ୍ଧ୍ୟାରେ ଜନସାଧଣଙ୍କ ଭିଡ଼ ଲାଗିଥିଲା ।