No Result
View All Result
୩୦ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ବେଗୁନିଆ :- ବେଗୁନିଆ ବ୍ଲକ ପୋଡ଼ାଡିହ ପଂଚାୟତ ଅନ୍ତର୍ଗତ ଦିନିଆରି ଗ୍ରାମ ନୀଳକଣ୍ଠପୁର ମୌଜାର ସତ୍ୟପ୍ରିୟ ମିଶ୍ର ବୁଲାପଶୁ ଅବା ପକ୍ଷୀଙ୍କ ସେବାରେ ନିଜକୁ ସମର୍ପିତ କରି ସ୍ଥାନୀୟ ଅଞ୍ଚଳରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ପିଲାଟି ଦିନରୁ ଶ୍ରୀ ମିଶ୍ର ନିଷ୍ଠାର ସହ ଅନ୍ୟର ସେବା ପ୍ରଦାନ ପାଇଁ ଅହେତୁକ ଆଗ୍ରହ ସହ ପ୍ରତ୍ୟହ ବୁଲା ଗୋରୁ ହେଉ ଅବା ପଶୁପକ୍ଷୀଙ୍କୁ ସେବା ଦେବା ପାଇଁ ଯେଉଁ ଆନନ୍ଦ ପ୍ରଦାନ କରିଥାଏ ତାହା ଅନ୍ୟ କେଉଁଥିରୁ ମିଳି ନ ଥାଏ ବୋଲି ଆମ ପ୍ରତିନିଧିଙ୍କୁ କହିଛନ୍ତି । ସେ ଦିଲ୍ଲୀ ବୈଦିକ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରିବା ସହ କୌଳିକ ବୃତ୍ତିକୁ ଆପଣେଇ ପରିବାର ପ୍ରତିପୋଷଣ କରିଥାନ୍ତି।
ତତ ସହିତ ବୁଲା ଗୋରୁ ଓ ପଶୁପକ୍ଷୀଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ଆହତଙ୍କୁ ସେବା କରି ଖାଦ୍ୟ,ପାନୀୟ ଯୋଗାଇ ଚିକିତ୍ସା ଖର୍ଚ୍ଚକୁ ମଧ୍ୟ ବହନ କରିଥାନ୍ତି। ଗ୍ରାମ ହେଉ ଅବା ସହର ହେଉ ବିଭିନ୍ନ ସ୍ଥାନରେ ଗଛ ଗୁଡ଼ିକ କାଟି ଅବକ୍ଷୟ ଯୋଗୁଁ ପରିବେଶ ଅସୁନ୍ତଳିତ ହେଉଥିବା ବେଳେ ନିଜସ୍ଵ ୬ ଏକର ଜାଗାରେ ବିଭିନ୍ନ କିସମର ଗଛ ଲଗାଇ ସବୁଜ ବନାନୀ ଜଙ୍ଗଲ ସୃଷ୍ଟି କରି ବିରଳ ପ୍ରଜାତିର ପଶୁ ପକ୍ଷୀ ସମେତ ମୟୂର, ଠେକୁଆ,କୋକିଶିଆଳ,ବିଲୁଆ ଓ ଗଧିଆ ଆଦି ଜୀବଜନ୍ତୁମାନେ ନିର୍ଭୟରେ ବିଚରଣ କରୁଥିବାର ଦେଖିବାକୁ ମିଳୁଛି ।

No Result
View All Result