No Result
View All Result
୩୦ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ନୟାଗଡ :- ନୟାଗଡ ବ୍ଲକ ବିଜୁ ଜନତା ଦଳ ଉପସଭାପତି ଭାବେ ବିଶିଷ୍ଟ ସମାଜସେବୀ, ବନ୍ଧୁ ବତ୍ସଳ, ଅହଂକାର ଶୂନ୍ୟ, ସମସ୍ତଙ୍କର ଅତି ଆପଣାର, ସ୍ନେହୀ ତଥା ଅଣ ବିଜେପି, ଅଣ କଂଗ୍ରେସ ରାଜନୀତିର ବାଦଶାହା ଏପରିକି ବିଜୁ ଜନତାଦଳର ଛାମୁଆ କର୍ମୀ ତଥା ସଂଗଠକ ଜନାବ ସରିଫ ଖାଁଙ୍କୁ ନୂତନ ନିଯୁକ୍ତି ମିଳିଛି. ଏ ଖବର ଜଣା ପଡିବା ପରେ ସମଗ୍ର ନୟାଗଡ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସରିଫ ଖାଁଙ୍କ ପ୍ରତି ଶୁଭେତ୍ସା ବାର୍ତ୍ତା ଛୁଟି ଥିବା ବେଳେ ଏଣିକି ନୟାଗଡରେ ବିଜେଡିର ସଂଗଠନ
ଦ୍ବିଗୁଣିତ ହେବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି. ଏହାର ସମସ୍ତ ଶ୍ରେୟ ନୂତନ ବ୍ଲକ ଉପସଭାପତି ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କୁ ଦେବା ସହ ବିଜେଡି ସୁପ୍ରିମୋ ନବୀନଙ୍କ ପ୍ରତି ମଧ୍ୟ ଜନାବ ଖାଁ କୃତଜ୍ଞତା ପ୍ରକାଶ କରିଛନ୍ତି. ତେବେ କେବଳ ନୟାଗଡ ବ୍ଲକ ନୁହେଁ ସମଗ୍ର ଜିଲ୍ଲାରେ ଜଣେ ଦରଦୀ ତଥା ବିଜେଡିର ଜଣେ ନିଷ୍ଠାପର କର୍ମୀ ଭାବେ ସରିଫ ଖାଁଙ୍କର ସୁନାମ ରହିଥିବା ଜଣାପଡିଛି.

No Result
View All Result