୨୯ ମାର୍ଚ୍ଚ ୨୦୨୪ ( ଓଡ଼ିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା - ଜଟଣୀ :- ଆଜି "ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ(ଏସୟୁଜେ) ଓଡ଼ିଶା" ଖୋର୍ଦ୍ଧା ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଯାଆଁଳା ଓଗାଳପଡା ସ୍ଥିତ ମା'ବାଟ ଭୂଆଷୂଣୀ ମନ୍ଦିର ପରିସରରେ ବରିଷ୍ଠ ସାମ୍ବାଦିକ ଉମାକାନ୍ତ ସାମନ୍ତରାୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଏସ.ୟୁ.ଜେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ମାନେ ସଂଗଠିତ ହୋଇ ରହିବା ଉପରେ ଗୁରୁତ୍ୱାରୋପ କରିବା ସହିତ ଏସୟୁଜେ ଓଡ଼ିଶା ସାମ୍ବାଦିକ ସଂଘର ଲକ୍ଷ୍ୟ ଆଭିମୁଖ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ 'ଯୋଗାଯୋଗ' ଶଶୀଭୂଷଣ ଷଢଙ୍ଗୀ,ରାଜ୍ୟ ସମ୍ପାଦକ ଶିବାଶିଷ ମହାନ୍ତି,କଟକ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ଏସୟୁଜେର କାର୍ଯ୍ୟକ୍ରମ ଓ କାର୍ଯ୍ୟଧାରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ତଥା ଜିଲ୍ଲା ଆବାହକ ଇଫତେଖାର ଅଲ୍ଲୀ (ବାବୁଲି ବାବୁ) ସ୍ଵାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ନୂତନ ଜିଲ୍ଲା କମିଟି ଗଠିତ ହୋଇଥିଲା। ଖୋର୍ଦ୍ଧାଜିଲ୍ଲା ସଭାପତି ଭାବେ - ଉମାକାନ୍ତ ସାମନ୍ତରାୟ, ସାଧାରଣ ସମ୍ପାଦକ- ସୂର୍ଯ୍ୟ ନାରାୟଣ ମହାନ୍ତି, କୋଷାଧ୍ୟକ୍ଷ - ଦୀଲ୍ଲିପ କୁମାର ମହାନ୍ତି,ଯୁଗ୍ମ ସମ୍ପାଦକ- ଶେଷଦେବ ବଡ଼ଜେନା, ସଂଗଠନ ସମ୍ପାଦକ -ଚିତ୍ରସେନ ବାରିକ ଏବଂ କବିରାଜ ପ୍ରଧାନ ସହ ସମ୍ପାଦକ ରହିଛନ୍ତି। ବୈଠକରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ସାମ୍ବାଦିକ ଯୋଗ ଦେଇ ଥିଲେ।