<h4><img class="alignnone wp-image-139059" src="https://odishatazanews.com/wp-content/uploads/2024/03/CTC1-300x165.jpg" alt="" width="1142" height="628" /><strong><span style="color: #ff0000;">୨୯ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) କଟକ :-</span> କଟକ ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ଗୋପାଳପୁର ଠାରେ ଆଜି ମଧ୍ୟାହ୍ନରେ ଘଟିଥିଲା ଏକ ଅଘଟଣ । କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଠାରେ ଏକ ମାଂସ ଦୋକାନୀ କୁ କେତେଜଣ ଦୁଵୃତ୍ତ ମାଂସ କିଣିବା ବାହାନାରେ ଆସି, ଦୋକାନୀ ମୁହଁରେ ନିଶା ଔଷଧ ସ୍ପ୍ରେ କରି ଟଙ୍କା ପଇସା ଏବଂ ମାଂସ ଲୁଟି ନେଲେ ପଳାଇଲେ । ଏହି ଘଟଣାର ଖବର ପାଇ କଟକ ସଦର ପୋଲିସ ପହଞ୍ଚି ବ୍ୟବସାୟୀ ଜଣଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାର କାଜୁଆଲ୍ଟି ବିଭାଗକୁ ପଠାଇଥିଲେ l ତେବେ ଲୁଟର ଶିକାର ହୋଇଥିବା ବ୍ୟବସାୟୀ ଙ୍କ ଘର ନିଆଳି ଅଞ୍ଚଳରେ। </strong><img class="alignnone wp-image-139057" src="https://odishatazanews.com/wp-content/uploads/2024/03/CTC-2-300x161.jpg" alt="" width="835" height="448" /><strong>ତାଙ୍କ ନାମ ମେହେରବାନ ସାହା , ସେ ସପ୍ତାହକୁ ରବିବାର, ବୁଧବାର ଓ ଶୁକ୍ରବାର ତିନିଦିନ ଆସି ଏଠାରେ ମାଂସ କାଟି ବ୍ୟବସାୟ କରିଥାନ୍ତି । ଆଜି ମଧ୍ୟାହ୍ନ ସମୟରେ ବାଇକରେ ଦୁଇ ଜଣ ଦୁର୍ବୁତ୍ତ ଆସି ମଟନ କିଣିବା ପାଇଁ କହିଥିଲେ l ଏହାପରେ ବ୍ୟବସାୟୀ ମେହେରବାନ ସାହାଙ୍କୁ ନିଶା ସ୍ପ୍ରେ କରି ଉକ୍ତ ଦୋକାନ ରୁ ଟଙ୍କା , ମୋବାଇଲ ,ଓ ଜରୁରୀ କାଗଜପତ୍ର ଲୁଟ କରି ଫେରାର ହୋଇଯାଥିଲେ ଦୁର୍ବୃତ୍ତ ଦୁଇ ଜଣ । ଏହି ଘଟଣା ଗୋପାଳପୁର ଅଞ୍ଚଳରେ ଆଲୋଡ଼ ସୃଷ୍ଟି କରିଛି । ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି ।</strong><img class="alignnone wp-image-135209" src="https://odishatazanews.com/wp-content/uploads/2024/02/ODISHA-TAZANEWS-PRESS.pptx1_.pptx3_.pptx-5.pptx1_.pptx1_.pptx11-Copy-300x56-300x56.jpg" alt="" width="761" height="142" /> <img class="alignnone wp-image-135720" src="https://odishatazanews.com/wp-content/uploads/2024/02/ranpur-55-300x111-300x111.jpg" alt="" width="781" height="289" /></h4>