୨୯ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) କଟକ :->  କଟକ - ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜ ପଥର ଫୁଲନଖରା ନିକଟସ୍ଥ ମହେନ୍ଦ୍ରା ଗାଡ଼ି ସୋରୁମ ସମୁଖ ପୋଖରୀ ନିକଟରେ, ଗୁରୁବାର ସନ୍ଧ୍ୟା ୬ ଟା ସମୟରେ ଭୁବନେଶ୍ୱରରୁ ଯାତ୍ରୀ ନେଇ ବାଲେଶ୍ଵର ଅଭିମୁଖେ ଦୃତ ଗତୀରେ ଯାଉଥିବା, OD-22-R-7383ନମ୍ବର ବିଶିଷ୍ଟ ବାବା ଲୋକନାଥ ବସ ଚାଲିଚାଲି ଯାଉଥିବା ଜଣେ ଜୈନ ସନ୍ୟାସୀନିକୁ ପଛରୁଧକ୍କା ଦେବାରୁ ସେ ରାସ୍ତାଉପରେ ପଡ଼ି ଯାଇଥିଲେ । ଯାହାଫଳରେ ବସର ପଛ ଚକ ବୃଦ୍ଧା ଜୈନ ସନ୍ୟାସୀନିଙ୍କ ମୁଣ୍ଡ ଉପରେ ମାଡ଼ି ଯିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ।

ମୃତ ଜୈନ ସନ୍ୟାସୀନି ଏବଂ ତାର ଅନ୍ୟ ୫ଜଣ ସହଯୋଗୀ ସନ୍ୟାସୀନି ଗୁରୁବାର ଅପରାହ୍ନରେ ଭୁବନେଶ୍ୱର ଖଣ୍ଡଗିରିର ସ୍ଥିତ ଜୈନ ମନ୍ଦିର ଆଶ୍ରମରୁ ବାହାରି ଚାଲି ଚାଲି କଟକର ଚୌଧୁରୀବଜାର ସ୍ଥିତ ଜୈନ ମନ୍ଦିରକୁ ଯାଉଥିଲେ । ସନ୍ଧ୍ୟା ହୋଇ ଯାଇଥିବାରୁ ସେମାନେ ତେଲଙ୍ଗାପେଣ୍ଠ ନିକଟସ୍ଥ ରାମନଗର ଠାରେ ଥିବା ବାବା ରାମଦେବ ମନ୍ଦିରରେ ଆଶ୍ରୟ ନେବାପାଇଁ ରାସ୍ତା ପାରି ହେଉଥିଲେ । ୫ଜଣ ସନ୍ୟାସୀନି ରାସ୍ତାର ବାମପଟରୁ ଡାହାଣ ପଟକୁ ଯିବାପାଇଁ ରାସ୍ତା ପାରି ହୋଇଯାଇଥିଲା ବେଳେ ସଂପୃକ୍ତ ସନ୍ୟାସୀନି ରାସ୍ତା ପାରି ହେବା ସମୟରେ ବସଟି ଦୃତ ଗତୀରେ ଆସି ଧକ୍କା ଦେଇଥିଲା ।

ଯାହା ଫଳରେ ସେ ରାସ୍ତା ଉପରେ ଛିଟିକି ପଡି ଯିବାରୁ ବସର ଚକ ତାଙ୍କ ମୁଣ୍ଡରେ ମିଡିଯିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେପରେ ବସ ଚାଳକ ଘଟଣା ସ୍ଥଳରେ ବସ ଛାଡ଼ି ଫେରାର ହୋଇଯାଇଥିଲା । ଖବର ପାଇ ଏନ ଏଚ ଟ୍ରାଫିକ ଥାନର ଏ ଏସ ଆଇ ବରୁଣ ନାୟକ ,ଆଇଆଇସି ଦୂର୍ଗା ପ୍ରସାଦ ଜେନା, କଟକ ସଦର ଥାନାର ଅତିରିକ୍ତ ଆଇଆଇସି ଶ୍ରୀ ସେଠୀ, ଏସ ଆଇ ଚିତ୍ତରଞ୍ଜନ ସାହୁ , ଏ ଏସ ଆଇ ପ୍ରଶାନ୍ତ ପରିଡ଼ା ପ୍ରମୁଖ ଦୁର୍ଘଟଣା ସ୍ଥଳରେ ପହଞ୍ଚି ମୃତ ଜୈନ ସନ୍ୟାସୀନିଙ୍କ ଶରୀରକୁ ବ୍ୟବଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ ।