୨୫ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ ) କଟକ :-> କଟକ ସଦର ଥାନା ନିକଟସ୍ଥ ଡାହାଳିଆବାଗ ଗ୍ରାମରେ ପ୍ରତିବର୍ଷ ଭଳି , ଚଳିତ ବର୍ଷ ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଗୋପାଳ ଜୀଉଙ୍କ ଝୁଲଣ ଯାତ୍ରା ସାଙ୍ଗକୁ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।
ଗୋପାଳ ଜୀଉ ଉନ୍ନୟନପରିଷଦର ସଭାପତି ସୁଶାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୋପାଳ ଜୀଉ ମନ୍ଦିର ପରିଚାଳନାକମିଟି ଏବଂ ଡାହାଳିଆବାଗ ଗ୍ରାମ ବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୂଚାରୁ ରୂପେ ପରିଚାଳନା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ କର୍ମକର୍ତ୍ତା ବାବୁରାମ ମହାନ୍ତି, ରବିନ୍ଦ୍ର ମହାନ୍ତି, ଅବିନାଶ ମହାନ୍ତି, ଲକ୍ଷ୍ମୀଧର ମହାନ୍ତି,ସାର୍ଥକ ମହାନ୍ତି,ପୂର୍ଣ୍ଣ ଚନ୍ଦ୍ର ମହାନ୍ତି,ବିଷ୍ଣୁ ପ୍ରସାଦ ମହାନ୍ତି, ପ୍ରଭଞନ ମହାନ୍ତି, ଅନିଲ ମହାନ୍ତି,ନିହାର ରଞ୍ଜନ ମହାନ୍ତି, ସଚୀକାନ୍ତ ମହାନ୍ତି,ଲିଟୁ ମହାନ୍ତି, ପୂର୍ବତନ କର୍ପୋରେଟର କୌଶିକ ଜେନା,
ଗଣନାଥ ଦାସ, ସୁମନ୍ତ ରାଉତ, ଗ୍ରାମ୍ୟ କମିଟିର ସଭାପତି, ସଂପାଦକ ,ଗୋପାଳ ଜୀଉ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ, ଗ୍ରାମବାସୀ ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଧୁମଧାମରେ ପାଳନ କରାଯାଇଥିଲା ।
୨୭ ତାରିଖ ବୁଧବାର ଠାରୁ ୩୧ ତାରିଖ ରବିବାର ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଗୋପାଳ ଜୀଉ ମନ୍ଦିର ପରିସରରେ ଶ୍ରୀମଦ୍ ଭଗବତ୍ କଥାମୃତ ଅନୁଷ୍ଠିତ ହେବ । ସଦ୍ ଗୁରୁ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ କୃପାପାତ୍ର ପୂଜ୍ୟ ବାବାଜୀ ଅମୃତାନନ୍ଦ ଦାସ ମହାରାଜ ଭଗତ କଥାମୃତ ପ୍ରବଚନ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସଭାପତି ସୁଶାନ୍ତ ମହାନ୍ତି ସୂଚନା ଦେଇଥିଲେ । ଏହି ଝୁଲଣ ଦେଖିବା ପାଇଁ ଆଖପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ଯୋଗ ଦେଇ ଗୋପାଳ ଜୀଉଙ୍କୁ ଦର୍ଶନ କରି ପୂଜା ଅର୍ଚ୍ଚନା କରିଥିଲେ ।